ନୀଳଗିରି,୦୬/୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଇଶ୍ୱରପୁରରେ ଗୋରୁ ବୋଝେଇ କଣ୍ଟେନର ଜବତ । କଣ୍ଟେନରରେ ୫୦ ରୁ ଅଧିକ ଗୋରୁ ଥିବା ସୂଚନା । ଏଥିରେ ୩ ଜଣଙ୍କୁ ପୁଲିସ ଅଟକ ରଖିଥିବାବେଳେ ତଦନ୍ତ କରୁଛି ପୁଲିସ ।

ସୂଚନା ମୁତାବକ, ଆଜି ଭୋର ସମୟରେ ଏକ କଣ୍ଟେନରରେ ଗୋରୁ ବୋଝେଇ ହୋଇ ଯାଉଥିବା ନେଇ ସେହି ଅଞ୍ଚଳର କୈଳାସ ଚନ୍ଦ୍ର ରାଉତ ଖବର ପାଇଥିଲେ। ଏନେଇ ସେହି ଗାଡିକୁ ବାରାକୋଇଲି ଛକରେ ଅଟକାଇବା ପାଇଁ ଚେଷ୍ଟା କରିଥିବା ବେଳେ ତାଙ୍କୁ ଗାଡ଼ିଟି ଚଢାଇବା ପାଇଁ ଚେଷ୍ଟା କରିଥିଲା। ପରେ ଗାଡିଟିକୁ ପିଛା କରି ଶ୍ୟାମସୁନ୍ଦରପୁର ଅଞ୍ଚଳରେ ଗ୍ରାମବାସୀଙ୍କ ଦ୍ବାରା ଅଟକାଇବାରେ ସଫଳ ହୋଇଥିଲା ଇଶ୍ୱରପୁର ପୁଲିସ। ଯାହାପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆସି ଗୋରୁ ବୋଝେଇ ଗାଡି ଜବତ କରି ନୀଳଗିରି ଥାନାକୁ ଆଣିଛି। ତେବେ କଣ୍ଟେନରରେ ୫୦ରୁ ଅଧିକ ଗୋରୁ ଜବତ ହୋଇଥିବା ବେଳେ ସେମାନଙ୍କୁ ଗୋଶାଳାକୁ ପଠାଇ ଦିଆଯାଇଛି।