ପ୍ରମୂଖ ଖବର
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପାଠ୍ୟ ଖସଡା ପାଇଁ ହୋଉଷ୍ଟନ ବିଶ୍ୱବିଦ୍ୟାଳୟରେ ବିବାଦ; ହିନ୍ଦୁ ଧର୍ମକୁ ନେଇ ବିକୃତ ଶିକ୍ଷାଦାନ ଦେଉଥିଲେ ପ୍ରଫେସର

Published By : Bijay Swain | March 27, 2025 10:49 PM

Image courtesy: indiatoday

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ହୋଉଷ୍ଟନ ବିଶ୍ୱବିଦ୍ୟାଳୟର ପାଠ୍ୟ ଖସଡାରେ ହିନ୍ଦୁ ଧର୍ମକୁ ସ୍ଥାନ ମିଳିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ସେହି ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ଜଣେ ଭାରତୀୟ-ଆମେରିକୀୟ ଛାତ୍ର ଏହାକୁ ହିନ୍ଦୁଫୋବିକ କହିବା ସହ ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟକୁ ଅତ୍ୟନ୍ତ ଘୃଣ୍ୟ ଭାବେ ବର୍ଣ୍ଣନା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି। ତେବେ ଛାତ୍ରଙ୍କ ଅଭିଯୋଗକୁ ଜଲଦି ଯାଞ୍ଚ କରାଯିବ ବୋଲି ବିଶ୍ୱ ବିଦ୍ୟାଳୟ କତ୍ତୃପକ୍ଷ ଘୋଷଣା କରିଛନ୍ତି। 

ସୂଚନା ମୁତାବକ, ହୋଉଷ୍ଟନ ବିଶ୍ୱବିଦ୍ୟାଳୟ ହିନ୍ଦୁ ଧର୍ମ ଉପରେ ଏକ କୋର୍ସ ଜାରି କରିବା ପରେ ଏହି ବିବାଦ ଆରମ୍ଭ ହୋଇଛି। ଛାତ୍ର ମାନଙ୍କୁ ଏହି କୋର୍ସ ଅନଲାଇନ ଯୋଗେ ଶିକ୍ଷା ଦିଆଯାଉଛି। ଆରୋନ ମିସେଲ ନାମକ ଜଣେ ପ୍ରଫେସର ସପ୍ତାହିକ ଭାବେ ଅନଲାଇନ ଭିଡିଓ ଲେକ୍ଚର ଯୋଗେ ଛାତ୍ରମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ଏହି ଲେକ୍ଚରରେ ହିନ୍ଦୁ ଧର୍ମ ଏକ ପୁରାତନ ଧର୍ମ ନୁହେଁ, ଏହା ଏକ ଉପନିବେଶ ଧର୍ମ, ହିନ୍ଦୁ ଜାତୀୟତାବାଦୀଙ୍କ ଦ୍ୱାରା ଏହା ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର ଓ ଏହି ଧର୍ମ ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର କରେ ବୋଲି ଆଦି ବିଷୟ ରହିଛି। 

ତେବେ ହୋଉଷ୍ଟନ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ପାଠ ପଢାଉଥିବା ଜଣେ ଲେକ୍ଚର ବସନ୍ତ ଭଟ୍ଟ ଏନେଇ ପୁର୍ବରୁ କଲେଜ କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କାହା ଆଧାରରେ ଛାତ୍ରମାନଙ୍କୁ ଏ ପ୍ରକାର ଶିକ୍ଷା ଦିଆଯାଉଛି ବୋଲି ସେ ବିଶ୍ୱବିଦ୍ୟାଳୟର ଡିନଙ୍କୁ ପ୍ରଶ୍ନ କରିଥିଲେ। ଏହି ପାଠ୍ୟ ଖସଡାରେ ଥିବା ସିଲାବସ ରେ ହିନ୍ଦୁ ଶବ୍ଦକୁ ନୂତନ ବୋଲି କୁହାଯାଇଛି। ହିନ୍ଦୁ ଜାତିୟତାବାଦୀମାନଙ୍କ ଦ୍ୱାରା ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପାଇଁ ହିନ୍ଦୁତ୍ୱ ଓ ହିନ୍ଦୁ ଶବ୍ଦର ବ୍ୟବହାର କରାଯାଉଛି। ଭାରତ ଏହି ଧର୍ମକୁ ନିଜର ଆଧିକାରିକ ଧର୍ମ ଭାବେ ଘୋଷଣା କରିଛି। ସେମାନଙ୍କର ଧର୍ମକୁ ନିର୍ଦ୍ଦିଷ୍ଟ କରିବା ଏବଂ ଅନ୍ୟମାନଙ୍କ ଧର୍ମ ଅର୍ଥାତ୍ ଇସଲାମକୁ ନିନ୍ଦିତ କରିବା ପାଇଁ ହିନ୍ଦୁ ଶବ୍ଦର ବ୍ୟବହାର କରାଯାଏ ବୋଲି ଏହାର ସିଲାବସରେ ପାଠ୍ୟକ୍ରମ ରହିଅଛି। 

ଏହିଭଳି ବିକୃତ ପାଠ୍ୟ ଖସଡା ପାଇଁ ଏହାକୁ ନେଇ ଆମେରିକାରେ ବିବାଦ ଆରମ୍ଭ ହୋଇଯାଇଛି। ଆମେରିକାରେ ରହୁଥିବା ଭାରତୀୟ ମାନଙ୍କୁ ଏହି ପାଠ୍ୟ ଖସଡା ପାଇଁ ଭେଦଭାବର ଶିକାର ହେବାକୁ ପଡୁଛି ବୋଲି ଭଟ୍ଟ ଅଭିଯୋଗ ଆଣିଛନ୍ତି। ତେବେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଏହାକୁ ନେଇ ବହୁ ଜଲଦି ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସୂଚନା ଦେଇଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.