କଟକ, ୩୦/୦୫ : କଟକକୁ ଫେରିଲା କରୋନା। ପ୍ରାୟ ୨ ବର୍ଷ ପରେ କଟକର ଜଣେ ବ୍ୟକ୍ତି କୋଭିଡ୍ରେ ଆକ୍ରାନ୍ତ ହୋଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରେ ଜଣେ କୋଭିଡ୍ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ବୟସ ୪୫ ବର୍ଷ ହେବ ବୋଲି ଜଣାପଡ଼ିଛି। କଟକ ସହରର ଏକ ଘରୋଇ ହସ୍ପିଟାଲରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। କିଛି ଦିନ ତଳେ ସେ ଥଣ୍ଡା ଜ୍ଵରରେ ଆକ୍ରାନ୍ତ ଥିଲେ। ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି।