ନୂଆଦିଲ୍ଲୀ,୨୬।୫: କରୋନା ଭାଇରସ୍ ପୁଣିଥରେ ନିଜର କାୟା ବିସ୍ତାର କରିବା ଆରମ୍ଭ କରିଛି । ଅନ୍ୟ ରାଜ୍ୟ ଭଳି ଦିଲ୍ଲୀରେ କରୋନାର ନୂଆ ମାମଲା ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦିଲ୍ଲୀରେ କରୋନାର ୧୦୦ରୁ ଅଧିକ ମାମଲା ସାମନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ଦିଲ୍ଲୀରେ କରୋନାର ଆକ୍ଟିଭ ମାମଲା ୧୦୪ ରହିଛି। ଏଥିରେ ଅଧିକାଂଶ ମାମଲା ଗତ ଏକ ସପ୍ତାହରେ ସମାନାକୁ ଆସିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ୧୯ ମଇ ପରେ ୯୯ ନୂଆ ସଂକ୍ରମଣ ମାମଲା ଆସିଛି। ତେବେ ଡାକ୍ତରଙ୍କ କହିବା ଅନୁସାରେ, ଏହି ମାମଲାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ, କାରଣ ଏହାର ଲକ୍ଷଣ ଖୁବ୍ ହାଲକା। ତେବେ ସତର୍କ ରହିବା ମଧ୍ୟ ଜରୁରୀ।
ଏହା ପୂର୍ବରୁ ଦିଲ୍ଲୀ ସରକାର କରୋନାର ବଢୁଥିବା ମାମଲାକୁ ନଜରରେ ରଖି ସବୁ ପ୍ରକାର ପ୍ରସ୍ତୁତି କରିବାର ନିର୍ଦେଶ ଦେଇଥିଲେ। ଦିଲ୍ଲୀ ସରକାର ସବୁ ହସ୍ପିଟାଲର ବେଡ୍, ଅକ୍ସିଜେନ୍, ଔଷଧ ଓ ଟିକାର ଉପଲବ୍ଧକୁ ନେଇ ପ୍ରସ୍ତୁତ ରହିବାକୁ ଆଡଭାଇଜରୀ ଜାରି କରିଥିଲେ। ଏହା ପ୍ରଥମ ଥର ନୁହେଁ, ଦିଲ୍ଲୀରେ ପ୍ରାୟ ତିନି ବର୍ଷ ପରେ କୋଭିଡ୍-୧୯ ମାମଲା ସାମନାକୁ ଆସିଛି।
ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ପଙ୍କଜ ସିଂହ ଶୁକ୍ରବାର କହିଛନ୍ତି, ଗୁରୁବାର ପର୍ଯ୍ୟନ୍ତ କୋଭିଡ୍-୧୯ର ୨୩ ମାମଲା ସାମନାକୁ ଆସିଛି ।ସରକାର ରୋଗୀଙ୍କୁ ଦିଲ୍ଲୀର ନିବାସୀ ହେବା କିମ୍ବା ତାଙ୍କ ସହରରୁ ବାହାରକୁ ଯାତ୍ରା ନକରିବାକୁ ନେଇ ସୂଚନାଏକାଠି କରାଯାଉଛି। ସରକାର ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆମେ ରାଜଧାନୀର ସବୁ ହସ୍ପିଟାଲର ଚିକିତ୍ସା ଅଧୀକ୍ଷକ, ଚିକିତ୍ସକ ଓ ତାଙ୍କ ଟିମ୍ ସହ ପୂର୍ବରୁ ସମନ୍ବୟ ରଖିଛନ୍ତି।