ନୂଆଦିଲ୍ଲୀ,୦୫/୧୦: ସେପ୍ଟେମ୍ବରରେ ଦେଶ ମଧ୍ୟରେ ସାଦା ଥାଳି ଦର ୧୧% ବୃଦ୍ଧି ହୋଇଛି । ଏହି  ସମୟରେ ଆମିଷ ଥାଳି ଦର ୨% କମିଛି । ପନିପରିବା ଦର ଉଦ୍ଧ୍ୱର୍ଗାମୀ ହେବା ଯୋଗୁ ସାଦା ଥାଳି ଦରରେ  ବୃଦ୍ଧି ହୋଇଛି । ସାଦା ଥାଳିରେ ପନିପରିବାର ଅଂଶ ୩୭% ରହିଛି ।  ସେହିଭଳି ପିଆଜ, ଆଳୁ, ଟମୋଟୋ  ଦର ଯଥାକ୍ରମେ ୫୩%, ୫୦% ଏବଂ  ୧୮% ବଢ଼ିଛି । ଆନ୍ଧ୍ରପ୍ରଦେଶ ଏବଂ  ମହାରାଷ୍ଟ୍ର ଭଳି ସ୍ଥାନ ଗୁଡିକରେ ବର୍ଷା  ଯୋଗୁ ଟମୋଟା, ପିଆଜ ଏବଂ ଆଳୁ  ଯୋଗାଣ ବାଧାପ୍ରାପ୍ତ ରହିଛି ।