ଗୋପାଳପୁର, ୩୧/୦୫: ଗଞ୍ଜାମ ଜିଲ୍ଲା ଗୋପାଳପୁର ଏନଏସିରେ ଲାଗି ରହିଥିବା ବିଚ ପାର୍କିଂ ଟେଣ୍ଡରକୁ ନେଇ ଅଧକ୍ଷ ଏ.ଜାନକୀ ରାମଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ । ବୈଠକରେ ଟେଣ୍ଡର ପାର୍କିଂ ପାଇଁ ବାରମ୍ବାରର ବାତିଲ ଓ ବିବାଦ ରହୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା ହୋଇଛି। ଏଥିସହ ଟେଣ୍ଡର ପେପର ବିକ୍ରିରେ ପାତର ଅନ୍ତର ଅଭିଯୋଗ ଉପରେ ଆଲୋଚନା ହୋଇଯାଇଛି।
ତେବେ ଆସନ୍ତା ୨ରେ ଟେଣ୍ଡର ଖୋଲିବା ନିଷ୍ପତିକୁ ବାତିଲ କରାଯାଇ ପୁଣି ଟେଣ୍ଡର ପେପର ବିକ୍ରି କରି ଟେଣ୍ଡର କରାଯାଉ । ଏଥିସହ ଟେଣ୍ଡର ବାତିଲ ଯଦି ନ ହୁଏ ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରୋମଦ କୁମାର ପାଢ଼ୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ଅଧକ୍ଷଙ୍କ ସମେତ ସମସ୍ତ କାଉନସିଲର ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଅଧକ୍ଷ ଏ.ଜାନକୀ ରାମ କହିଛନ୍ତି । ବୈଠକରେ ଅଧକ୍ଷଙ୍କ ସମେତ ଉପାଧକ୍ଷା ବି.ଉମା, କାଉସିଲର ଜି.ମହୋନ ରାଓ, ବି.ଗୋପାଳ କ୍ରୀଷ୍ଣା,କଳ୍ପନା ବେହେରା, ଏସ.ବିରେନ କୁମାର, ଏମ.କାମେଶ୍ୱରୀ, ରତନ ନାୟକ, ଜି.ମହୋନ ପ୍ରମୁଖ ଉପସ୍ଥିତ ଥିଲେ।