ଢେଙ୍କାନାଳ,୨୭/୨: ପୌରାଞ୍ଚଳରେ ୩କୋଟି ୬୦ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟାକୁ ବେଆଇନ ବୋଲି ଅଭିଯୋଗ ଉଠାଇଛନ୍ତି କାଉନସିଲର । ଏ ସମ୍ପର୍କରେ ପୂର୍ବରୁ ଏକ ଦାବିପତ୍ର ଦେଇଥିବା ବେଳେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ବିରୋଧ କରି କାଉନସିଲର ମାନେ ପୌର କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ । ତେବେ କେତେକ ଠିକାଦାର ଓ ତାଙ୍କ ସମର୍ଥକ ମାନେ ଟେଣ୍ଡର ପେପର ଟେଣ୍ଡର ବକ୍ସରେ ପାକଇବାକୁ ଆସିବା ବେଳେ ଧରଣାରୁ ଉଠିନଥିଲେ କାଉନସିଲର । ଯାହାକୁ ନେଇ ଉଭୟ କାଉନସିଲର ଓ ଠିକାଦାର ମାନେ ମୁହାଁ ମୁହିଁ ହୋଇଥିଲେ । ଫଳରେ ଢେଙ୍କାନାଳ ପୌର କାର୍ଯ୍ୟାଳୟରେ ବ୍ୟାପକ ଉତ୍ତ୍ୱେଜନା ପ୍ରକାଶ ପାଇଥିଲା ।

​​​​​​​

ଖବର ପାଇ ଟାଉନ ପୁଲିସ ବ୍ୟାପକ ପୁଲିସ ଫୋର୍ସ ସହିତ ପହଁଚି ଉଭୟଙ୍କୁ ଆୟତ୍ତ କରିଥିଲା । ପରେ ପୁଲିସ ଉପସ୍ଥିତିରେ କେତେକ ଠିକାଦାର ସେମାନଙ୍କର ଟେଣ୍ଡର ପେପର ବକ୍ସରେ ପକାଇଥିବା ଜଣାପଡିଛି। ଢେଙ୍କାନାଳ ପୌରକାର୍ଯ୍ୟାଳୟରେ  ନିର୍ବାହୀ ଅଧିକାରୀ ଓ  ପୌରଧକ୍ଷା ନିଜ ମାନମାନି କରି  କୋଟି କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟ କୁ  ଇ-ଟେଣ୍ଡର ନକରି ବେଆଇନଭାବେ କେତେକ ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ କାର୍ଯ୍ୟାଦେଶ ଟେକି ଦେଉଛନ୍ତି । ଫଳରେ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ଧାରଣା ଦେଇଥିବା ଉପ ନଗର ପାଳ ଓ କାଉନ ସିଲର ମାନେ ଅଭିଯୋଗ କରିଛନ୍ତି । ମାତ୍ର ଏହାକୁ ଖଣ୍ଡନ କରି ସରକାରଙ୍କ ନୀତି ନିୟମ ମୁତାବକ ପେପର ଟେଣ୍ଡର କରାଯାଉଛି ବୋଲି ସଫେଇ ଦେଇଛନ୍ତି ପୌର ଯନ୍ତ୍ରୀ ।

ଏହାସହ ପଢ଼ନ୍ତୁ : ନବୀନ ନିବାସରେ ବିଜେଡିର ବୈଠକ ଶେଷ, ଜାଣନ୍ତୁ କ’ଣ ହେଲା ଆଲୋଚନା ?