ବ୍ରହ୍ମପୁର,୩୧/୦୭: ଏମ୍‌କେସିଜି ମେଡିକାଲ କଲେଜ ଓ  ହସ୍‌ପିଟାଲରେ ଡାକ୍ତରଖାନାର ରୁଗ୍‌ଣ ଚିତ୍ର।  ଜଣେ ବାପା କୋମଳ ଶିଶୁକୁ କାନ୍ଧେଇ ନେଉଥିବା ବେଳେ ମାଆ  ହାତରେ ଅକ୍‌ସିଜେନ୍‌ ସିଲିଣ୍ଡର ଧରି ଟାଣିବାରେ ଲାଗିଛନ୍ତି । ଯାହାର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

ସୂଚନା ମୁତାବକ, ବୁଧବାର ଅପରାହ୍ନରେ ଏମ୍‌କେସିଜି ହସ୍‌ପିଟାଲର  ଶିଶୁ ରୋଗ ବିଭାଗ କୋଠା ସମ୍ମୁଖରେ ଏହିପରି ଚିତ୍ର ଦେଖିବାକୁ ମିଳିଛି । ଶିଶୁଟିର ଟିକା ଦେବା ସମୟ ହୋଇ ଯାଇଥିଲା । ତେବେ ଆଟେଣ୍ଡାଣ୍ଟକୁ ଖୋଜି ପାଇ ନଥିଲେ ପରିବାର  ବର୍ଗ । ବାଧ୍ୟ ହୋଇ ନିଜେ ଶିଶୁଟିକୁ ବୋହି ଟିକା ଦେବାକୁ  ପହଞ୍ଚିଥିଲେ । ଶିଶୁଟି ଚିକିତ୍ସାଧୀନ ରହିଥିବାରୁ ପରିଚୟ  କିନ୍ତୁ ଦେଇ ନଥିଲେ । ଏହାର ଏକ ଭିଡିଓ ସୋସିଆଲ  ମିଡିଆରେ ଭାଇରାଲ ହୋଇଛି । ଏପରିକି ଏକ ଘରୋଇ  ଟିଭି ଚ୍ୟାନେଲ୍‌ରେ ଏହାର ଖବର ମଧ୍ୟ ପ୍ରସାରିତ ହୋଇଛି ।