ନୟାଗଡ, ୯।୧୧ : ଘରେ ବାଣ ତିଆରି କରୁଥିବା ସମୟରେ ହେଲା ବିସ୍ଫୋରଣ  । ଏଥିରେ ଗୁରୁତର ହୋଇଛନ୍ତି ଦମ୍ପତି।  ଶରଣକୂଳ ଥାନା ଗୋଲଗଁଆରେ ଏହି   ଘଟଣା ଘଟିଛି । ଦମ୍ପତି ହେଲେ ସଂସାରୀ ସେଠୀ ଏବଂ ତାଙ୍କ ସ୍ତ୍ରୀ ନିଶାମଣୀ ସେଠୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ  ଭୁବନେଶ୍ବର ଡାକ୍ତରଖାନା  ସ୍ଥାନାନ୍ତର  କରାଯାଇଛି ।

ସଂସାରୀ ନିଜ ଘରେ ପୂର୍ବରୁ ବାଣ ତିଆରି କରିଆସୁଥିଲେ । ଆଜି ଉଭୟ ସ୍ବାମୀ ସ୍ତ୍ରୀ ବାଣ ଭିଡୁଥିଲେ। ନିଶାମଣି ଭିଡୁଥିବା  ବାଣଟି ହଠାତ୍ ଫୁଟି ଯାଇଥିଲା ।  ଫଳରେ ନିଶାମଣୀଙ୍କର ଦୁଇଟି ହାତର ପାପୁଲି ଛିଣ୍ଡିଯାଇଛି  । ସେହିପରି ସଂସାରୀଙ୍କର ମୁହଁରେ ଗଭୀର ଆଘାତ ଲାଗିଥିବାବେଳେ  ଦେହର ଅଧିକାଂଶ ଭାଗ ପୋଡିଛି । ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ମେଡିକାଲକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣରେ ଘରର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଶରଣକୂଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି