ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଘରେ ବାଣ ତିଆରି କରୁଥିବା ସମୟରେ ହେଲା ବିସ୍ଫୋରଣ : ଦମ୍ପତି ଗୁରୁତର

Published By : Suraj Kumar | November 9, 2024 4:55 PM

ନୟାଗଡ, ୯।୧୧ : ଘରେ ବାଣ ତିଆରି କରୁଥିବା ସମୟରେ ହେଲା ବିସ୍ଫୋରଣ  । ଏଥିରେ ଗୁରୁତର ହୋଇଛନ୍ତି ଦମ୍ପତି।  ଶରଣକୂଳ ଥାନା ଗୋଲଗଁଆରେ ଏହି   ଘଟଣା ଘଟିଛି । ଦମ୍ପତି ହେଲେ ସଂସାରୀ ସେଠୀ ଏବଂ ତାଙ୍କ ସ୍ତ୍ରୀ ନିଶାମଣୀ ସେଠୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ  ଭୁବନେଶ୍ବର ଡାକ୍ତରଖାନା  ସ୍ଥାନାନ୍ତର  କରାଯାଇଛି ।

ସଂସାରୀ ନିଜ ଘରେ ପୂର୍ବରୁ ବାଣ ତିଆରି କରିଆସୁଥିଲେ । ଆଜି ଉଭୟ ସ୍ବାମୀ ସ୍ତ୍ରୀ ବାଣ ଭିଡୁଥିଲେ। ନିଶାମଣି ଭିଡୁଥିବା  ବାଣଟି ହଠାତ୍ ଫୁଟି ଯାଇଥିଲା ।  ଫଳରେ ନିଶାମଣୀଙ୍କର ଦୁଇଟି ହାତର ପାପୁଲି ଛିଣ୍ଡିଯାଇଛି  । ସେହିପରି ସଂସାରୀଙ୍କର ମୁହଁରେ ଗଭୀର ଆଘାତ ଲାଗିଥିବାବେଳେ  ଦେହର ଅଧିକାଂଶ ଭାଗ ପୋଡିଛି । ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ମେଡିକାଲକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣରେ ଘରର କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଶରଣକୂଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.