ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ

Published By : Harapriya Sethi | July 3, 2025 8:42 AM

ବୌଦ୍ଧ,୦୩/୦୭: ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ରାମ୍ଭୀକଟା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍‌କୁ ସାମ୍ନାରୁ ଧକ୍କା ଦେଲା କାର୍‌ । ବାପାଙ୍କୁ ମୁଖାଗ୍ନି ଦେବାକୁ ଯାଉଥିବା ବେଳେ ଚାଲିଗଲା ପୁଅ ବୋହୂଙ୍କ ଜୀବନ । ମୃତ ଦମ୍ପତି ଦଶପଲ୍ଲା ଗଣିଆ ଅଞ୍ଚଳର ରାଜ କିଶୋର ସାହୁ ଓ ତାଙ୍କ ପତ୍ନୀ ମିନାକ୍ଷୀ ସାହୁ ବୋଲି ଜଣାପଡ଼ିଛି । 

ସୂଚନା ମୁତାବକ, ନୂଆପଡା ଜିଲ୍ଲାରେ ହାଇସ୍କୁଲରେ ଶିକ୍ଷକତା କରୁଥିଲେ ରାଜକିଶୋର ସାହୁ । ହଠାତ ବାପା ବଲ୍ଲଭ ସାହୁଙ୍କ ମୃତ୍ୟୁ ଖବର ପାଇ ଉଭୟ ପୁଅ ରାଜକିଶୋର ସାହୁ ଓ ବୋହୂ ମିନାକ୍ଷୀ ସାହୁ ନିଜ ଗାଁ ନୟାଗଡ ଜିଲ୍ଲା ଗଣିଆ ଥାନା ପାଟଣାସାହିକୁ ବୁଧବାର ବାହାରିଥିଲେ । ନୂଆପଡାରୁ ଏକ କାର୍‌ରେ ଦମ୍ପତି ବୁଧବାର ବିଳମ୍ବିତ ରାତିରେ ଗଣିଆକୁ ଆସୁଥିଲେ । ଏହି ସମୟରେ ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ରାମ୍ଭୀକଟା ଟୋଲ ଗେଟ୍ ନିକଟରେ ଠିଆ ହୋଇଥିବା ଏକ ଖୁଦ ବୋଝେଇ ଟ୍ରକ୍‌ ସହ ମୁହାଁମୁହିଁ କାର୍‌ଟି ଧକ୍କା ହୋଇଥିଲା । ଫଳରେ ରାଜ କିଶୋର ସାହୁ ଓ ପତ୍ନୀ ମୀନାରାଣୀ ସାହୁ ଗୁରୁତର ହୋଇଥିଲେ । ବିଳମ୍ବିତ ରାତିରେ ତାଙ୍କୁ ତୁରନ୍ତ ବୌଦ୍ଧ ମେଡିକାଲ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।ଏଭଳି ଘଟଣାକୁ ନେଇ ପରିବାର ଓ ଗଣିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.