ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅପହରଣ ମାମଲାରେ ଅଟକ ଥିଲେ ଦମ୍ପତ୍ତି, ମରଣାନ୍ତକ ଆକ୍ରମଣରେ କନେଷ୍ଟବଳ ଗୁରୁତର

Published By : Harapriya Sethi | April 23, 2025 1:20 PM

ଭୁବନେଶ୍ୱର, ୨୩/୦୪: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନାରେ ଚାଞ୍ଚଲ୍ୟ । ଥାନା ଭିତରେ ଅଟକ ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ ଥାନାରେ ଥିବା କନେଷ୍ଟବଳ ଗୁରୁତର ହୋଇଛନ୍ତି । ଗୁରୁତର କନେଷ୍ଟବଳ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଢୋଲମାନ୍ଦଲ ଗ୍ରାମର ମଗଶିର ପରାଭୋଇ ଓ ତାଙ୍କ ସ୍ତ୍ରୀ ମୁରିବାହାଲ ଥାନା କୁମ୍ଭାରୀ ଗ୍ରାମକୁ ନିଜ ପୁଅର ବିବାହ ପାଇଁ ଝିଅ ଦେଖିବାକୁ ଆସିଥିଲେ । କନ୍ୟା ପକ୍ଷର ଲୋକେ ଝିଅର ବୟସ ହୋଇନଥିବାରୁ ମନା କରିଥିଲେ । ସେଠାରୁ ସ୍ୱାମୀ-ସ୍ତ୍ରୀ ଝିଅକୁ ଅପହରଣ କରି ଫେରାର ମାରୁଥିବା ବେଳେ ଝିଅ ପକ୍ଷର ଅଭିଯୋଗ ପରେ ମୁରିବାହାଲ ପୋଲିସ ମୁରିବାହାଲ ପ୍ଲାଟଫର୍ମରୁ ଝିଅକୁ ଉଦ୍ଧାର କରିବା ସହ ୨ ଜଣଙ୍କୁ ଥାନାରେ ଅଟକ ରଖିଥିଲେ ।

ଅପହରଣ ମାମଲାରେ ଥାନାରେ ଅଟକ ଥିବା ମଗଶିର ପରାଭୋଇ ବିଳମ୍ବିତ ରାତିରେ ଥାନା ଭିତରେ ପୋଲିସ କନେଷ୍ଟବଳ ସୁଦାମ ନାଗଙ୍କୁ ମାଡ଼ ମାରିବାରୁ ଗୁରୁତର ହୋଇଥିଲେ । ମାଡ଼ ମାରି ଥାନା ଭିତରୁ ଅଭିଯୁକ୍ତ ମଗଶିର ପରାଭୋଇ ଚମ୍ପଟ ମାରିଥିବା ବେଳେ ପୋଲିସ ତାକୁ କାବୁ କରିଥିଲା । ଗୁରୁତର କନେଷ୍ଟବଳ ସୁଦାମ ନାଗଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କଣ୍ଟାବାଞ୍ଜି ଏସ୍‌ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.