ପ୍ରମୂଖ ଖବର
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବିଲ୍‌ ନଦେବା ପଡ଼ିଲା ମହଙ୍ଗା, ୩ ଅଫିସ୍‌ର ସମ୍ପତ୍ତି ଆଟାଚ୍‌ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

Published By : Harapriya Sethi | April 4, 2025 12:12 PM

ଭୁବନେଶ୍ୱର,୦୪/୦୪: ମହଙ୍ଗା ପଡିଲା ଠିକାଦାରଙ୍କ ବିଲ୍‌ ଟଙ୍କା ନଦେବା । ୩ଟି ଅଫିସ୍‌ର ଆସବାବପତ୍ର ଜବତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ବୁର୍ଲାସ୍ଥିତ ଉପର ମହାନଦୀ ବେସିନ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ହୀରାକୁଦ ଡ୍ୟାମ ସର୍କଲର ସୁପରିଟେଣ୍ଡ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ଓ ସମ୍ବଲପୁର ଇରିଗେସନ ଡିଭିଜନର ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଅଫିସର ଆସବାବପତ୍ର ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ସିନିୟର ସିଭିଲ ଜଜ କୋର୍ଟ । ଏଥିସହ ୩ଟି ଅଫିସର ସଂପତ୍ତି ଆଟାଚ କରିବାକୁ ମଧ୍ୟ କୁହାଯାଇଛି ।

ସୂଚନା ମୁତାବକ, ୨୦୦୦ ମସିହାରେ ସମ୍ବଲପୁର ରିଂ ରୋଡ୍‌ର କାମ କରିଥିଲା ଓରିଏଣ୍ଟ କନଷ୍ଟ୍ରକସନ ପ୍ରାଇଭେଟ୍ ଲିମିଟେଡ୍ । ତେବେ କାମ ସରିବା ପରେ ଠିକା ସଂସ୍ଥାକୁ ମିଳିନଥିଲା ପେମେଣ୍ଟ । ୨୦୦୫ ମସିହାରେ ବକେୟା ଅର୍ଥ ୫୨ ଲକ୍ଷ ଟଙ୍କା ହୋଇଯାଇଥିଲା । ଏନେଇ ୨୦୦୯ ମସିହାରେ ମାନ୍ୟବର ସିନିୟର ସିଭିଲ ଜଜ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଠିକା ସଂସ୍ଥା । ୨୦୦୯ରେ ସୁଧ ମୂଳ ମିଶି ୧କୋଟି ୩୬ କୋଟି ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ଟଙ୍କା ପଇଠ ନହେବାରୁ ୬ ପ୍ରତିଶତ ସୁଧ ଦେବାକୁ  ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ବକେୟା ଟଙ୍କା ମିଳିନଥିଲା । ଏହି ବକେୟା ଟଙ୍କା ବଢି ବଢି ଅଗଷ୍ଟ ୨୦୨୪ ଯାଏ ୧କୋଟି ୮୮ ଲକ୍ଷ ହୋଇଯାଇଛି । ବାରମ୍ବାର ନୋଟିସ୍‌ ସତ୍ତ୍ୱେ ବକେୟା ଟଙ୍କା ନଦେବାରୁ ୩ଟି ଅଫିସର ଆସବାବପତ୍ର ଜବତ ସହ ସଂପତ୍ତି ଆଟାଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.