ପ୍ରମୂଖ ଖବର
  • ଏସିଆ କପ୍‌ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ,ସ୍ବର୍ଯ୍ୟକୁମାରଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ ଭାରତ
  • ||
  • ଧାନ ତଳି ରୋଇବାକୁ ଯିବା ବେଳେ ଦୁର୍ଘଟଣା: ବାଇକ୍‌ରୁ ଖସିପଡିଲେ ଚାଷୀ, ଚାଲିଗଲା ଜୀବନ
  • ||
  • ଦୁର୍ନୀତିଖୋର ବାବୁଙ୍କ ଉପରେ ଭାରି ପଡ଼ୁଛି ଭିଜିଲାନ୍ସ; ବନ୍ଧା ହେଲେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା
  • ||
  • ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ, ୩ ଲକ୍ଷ ୧୦ ହଜାର ୮୩୯ ପିଲାଙ୍କୁ ବଣ୍ଟନ ହେବ
  • ||
  • ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ଭାରତ ଲଢ଼େଇ, ବି. ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ
  • ||
  • ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଅଭିଯୋଗ; ଅଭିଯୁକ୍ତକୁ ଆନ୍ଧ୍ରରୁ ଉଠାଇଆଣିଲା ନରସିଂହପୁର ପୁଲିସ
  • ||
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

କୋଭିଡ୍-୧୯କୁ ନେଇ ଚାଞ୍ଚଲ୍ୟକର ଖୁଲାସା : ବୁଢା ହେଉଛି ରକ୍ତ ସଞ୍ଚାଳିତ ହେଉଥିବା କୋଷିକା, ଅଧିକ ପ୍ରଭାବିତ ମହିଳା

Published By : Rasmita Pradhan | August 19, 2025 1:44 PM

ନୂଆଦିଲ୍ଲୀ, ୧୯/୦୮ : କୋଭିଡ୍-୧୯କୁ ନେଇ ଚାଞ୍ଚଲ୍ୟକର ଖୁଲାସା। ବୁଢା ହେଉଛି ରକ୍ତ ସଞ୍ଚାଳିତ ହେଉଥିବା କୋଷିକା। ବିଶେଷ କରି ମହିଳାଙ୍କ ଉପରେ ପଡ଼ୁଛି ଅଧିକ ପ୍ରଭାବ। କରୋନାରୁ ସୁସ୍ଥ ହେବାର କିଛି ଦିନି ପରେ ଅସୁସ୍ଥ ଅନୁଭବ କରୁଛନ୍ତି ଅଧିକାଂଶ ମହିଳା । ସେମାନଙ୍କ ଠାରେ ଦେଖିବାକୁ ମିଳୁଛି ଏଭଳି କିଛି ଲକ୍ଷଣ। ଏହାକୁ 'ଲଙ୍ଗ୍ କୋଭିଡ୍' କୁହାଯାଉଛି। ୟୁରୋପିଆନ୍ ହାର୍ଟ ଜର୍ଣ୍ଣାଲରେ ପ୍ରକାଶିତ ରିସର୍ଚ୍ଚରୁ ଏହା ଜଣାପଡ଼ିଛି। 

ଅଷ୍ଟ୍ରେଲିଆ, ବ୍ରାଜିଲ୍ ସମେତ ୧୬ଟି ଦେଶର ୨୪୦୦ ଲୋକଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିଲେ। କୋଭିଡ୍‌ର ୬ ମାସ ପରେ ଓ ୧୨ ମାସ ପରେ ଦୁଇ ଥର ପରୀକ୍ଷଣ କରାଯାଇଥିଲା। ଏହି ଅଧ୍ୟୟନରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। କୋଭିଡ୍-୧୯ ସଂକ୍ରମଣ ପରେ ରକ୍ତ ସଞ୍ଚାଳନ ହେଉଥିବା ରକ୍ତ କୋଷିକା ଗୁଡ଼ିକ ତୀବ୍ର ଗତିରେ ବୁଢ଼ା ହେବାରେ ଲାଗିଛି । ଷ୍ଟ୍ରୋକ୍ ଓ ଅନ୍ୟ ହୃଦ୍‌ରୋଗ ଗୁଡ଼ିକର ଆଶଙ୍କା ବୃଦ୍ଧି ପାଇଛି । ଫ୍ରାନ୍ସର ପ୍ରମୁଖ ରିସର୍ଚର ରୋଜା ମାରିଆ ବ୍ରୁନୋ କହିଛନ୍ତି ଯେ, କରୋନା ପରେ ଶରୀରରେ ବହୁ ଲକ୍ଷଣ ବୃଦ୍ଧି ପାଇଛି । ଯେପରିକି ପଲ୍ସ ତରଙ୍ଗର ବେଗ ପ୍ରତି ସେକେଣ୍ଡ ପିଛା ୦.୫ ମିଟର ବୃଦ୍ଧି ପାଇଛି । ୬୦ ବର୍ଷୀୟା ମହିଳାଙ୍କ ହୃଦରୋଗ ଆଶଙ୍କା ୩ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଶରୀରରେ ଆଉ କେଉଁ ସବୁ ଲକ୍ଷଣରେ ପରିବର୍ତ୍ତନ ହୋଇଛି ତାହା ଜାଣିବାକୁ ଏବେବି ଅଧ୍ୟୟନ ଜାରି ରହିଛି। 

ବ୍ରୁନୋ କହିଛନ୍ତି ଯେ, ରୋଗ ସୃଷ୍ଟିକାରୀ ଭାଇରାସ୍ ଶରୀରରେ ବିଶିଷ୍ଟ ରିସେପ୍ଟର୍ସ ଉପରେ କାମ କରନ୍ତି। ଯାହାକୁ ଏଞ୍ଜିଓଟେସିନ-ପରିବର୍ତ୍ତିତ ଏଞ୍ଜାଇମ୍ ୨ ରିସେପ୍ଟର୍ସ ବୋଲି କୁହାଯାଏ। ଏହା ବ୍ଲଡ୍ ଭେସିଲ୍ସର ପରସ୍ତରେ ରୁହେ । ଭାଇରସ୍ କୋଷିକାରେ ପ୍ରବେଶ କରିବା ପାଇଁ ଏବଂ ସଂକ୍ରମିତ କରିବା ପାଇଁ ଏହି ରିସେପ୍ଟର୍ସଙ୍କ ବ୍ୟବହାର କରେ । ପୁରୁଷଙ୍କ ତୁଳନାରେ ମହିଳାଙ୍କର ମଜବୁତ ଇମ୍ୟୁନିଟି ପ୍ରୋସେସିଙ୍ଗ୍ ହୁଏ। ହେଲେ ସଂକ୍ରମଣ ପରେ ଏହା ରକ୍ତ ବାହିକାକୁ ପ୍ରଭାବିତ କରୁଛି। ଏବେ କୋଭିଡ୍-୧୯ର ଭୟାବହତା ନଥିଲେ ମଧ୍ୟ ପୋଷ୍ଟ-ଏକ୍ୟୁଟ୍ କୋଭିଡ୍-୧୯ ଲୋକଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.