ବିନିକା,୨୧/୧୦: ଦୀପାବଳିରେ ବାଣ ଫୁଟାକୁ ନେଇ ପାତିକାରପଡା ଓ ମନୋହରପଡା ସାହି ଭିତରେ ଗୋଷ୍ଠୀ ସଂଘର୍ଷ। ସାମାନ୍ୟ ବଚସାରୁ ଉଗ୍ରରୂପ ଧାରଣ କରିଥିଲା ଗଣ୍ଡଗୋଳ। ଯେଉଁଥିରେ ଉଭୟ ଗୋଷ୍ଠୀର ୫ ଅଧିକ ଗ୍ରାମାବାସୀ ଗୁରୁତର ହୋଇଥିଲା। ସଂଘର୍ଷ ପରେ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ଘଟଣାସ୍ଥଳରେ ବିନକା ଥାନା ପୁଲିସ ପହଞ୍ଚି ବୁଝାସୁଝା କରିବା ସ୍ଥିତି ନିୟନ୍ତ୍ରଣକୁ ଆଣିଛି।ବର୍ତ୍ତିମାନ ସେଠାରେ ଫୋର୍ସ ମୁତୟନ କରାଯାଇଛି।
ସୂଚନା ଅନୁୟାୟୀ, ସୁବର୍ଣ୍ଣପୁର ଜିଲ୍ଲା ବିନିକାର ପାତିକାରପଡା ଓ ମନୋହରପଡା ଭିତରେ ବାଣ ଫୁଟାକୁ ନେଇ ବଚସା ହୋଇଥିଲା । ଏହା କିଛି ସମୟ ଭିତରେ ଉଗ୍ରରୂପ ଧାରଣ କରିଥିଲା। ପାତିକାରପଡ଼ା ଗୋଷ୍ଠୀର ଟାଙ୍ଗିଆ, ଛୁରି, ଭୁଜାଲି ଓ ପଥର ମାଡ଼ରେ ମନୋହରୀପଡ଼ାର କାଳିଆ ମଲ୍ଲିକ, ଅନାମୁ ମଲ୍ଲିକ,ରାଜୁ ମଲ୍ଲିକ,ବବଲୁ ମଲ୍ଲିକ ଓ ହସିନା ମଲ୍ଲିକ ଗୁରୁତର ଆହତ ହୋଇ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଖବର ପାଇଁ ବିନିକା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ବୁଝାସୁଝା କରିଥିଲେ ବି ଉତ୍ତେଜନା ଲାଗି ରହିଥିଲା। ବିଳମ୍ବିତ ରାତିରେ ସୋନପୁର ଏସଡିପିଓ ପ୍ରତାପ ତ୍ରିପାଠୀଙ୍କ ସହିତ ପୁଲିସ ଫୋର୍ସ ମଧ୍ୟ ପହଞ୍ଚିଥିଲେ । ପରେ ଶାନ୍ତ ପଡିଥିଲା ବର୍ତମାନ ସମସ୍ତ ଗୁରୁତରଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।