ନୀଳଗିରି ୮/୧୨ ନୀଳଗିରି ଷ୍ଟାଡିଅମ ପରିସରରେ ମହାବୀର କ୍ରିକେଟ କ୍ଳବ ତରଫରୁ ଆନ୍ତରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ ହୋଇଅଛି । ୮ ଟି ଟିମକୁ ନେଇ ଆୟୋଜିତ ଡିଉଜ ବଲ ଦ୍ୱାରା ଏହି ଟ୍ୱେଣ୍ଟି ମ୍ୟାଚର ଉଦଘାଟନ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ବିଶିଷ୍ଟ ବ୍ୟବସାୟୀ ତଥା ସାମାଜସେବୀ ସଞ୍ଜୟ କୁମାର ପାଣି ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଖେଳାଳିଙ୍କ ପାଖକୁ ଯାଇ କର ମର୍ଦନ କରି ଉତ୍ସାହିତ କରିଥିଲେ । ଉଦଘାଟନ ମ୍ୟାଚରେ ଯାଜପୁର ଇଲେଭେନ ଷ୍ଟାର କ୍ରିକେଟ କ୍ଳବ ଟସ ଜିଣି ବାଲେଶ୍ଵର ଆଦର୍ଶ କ୍ଳବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିବା ବେଳେ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୪୮ ରନ କରିଥିଲା । ପରେ ଯାଜପୁର ୧୭.୩ ଓଭରରେ ଆବଶ୍ୟକ ରନ କରି ବିଜୟୀ ହୋଇଥିଲେ । ୩୨ ବଲରେ ୫୪ ରନ କରିବା ସହ ୩ ଉଇକେଟ ନେଇଥିବା ରାମଚନ୍ଦ୍ର ବେହେରା ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନେଇଥିବାରୁ ତାଙ୍କୁ ମ୍ୟାନ ଅଫ ଦା ମ୍ୟାଚ ଘୋଷଣା କରାଯାଇଥିଲା । ମହାବୀର କ୍ରିକେଟ କ୍ଳବର ସଭାପତି ସବ୍ୟସାଚୀ ମହାପାତ୍ର, ସମ୍ପାଦକ ସୂର୍ଯ୍ୟକାନ୍ତ ବିଶ୍ୱାଳ,ସଦସ୍ୟ ଚନ୍ଦନ ରାୟ, କୁମାର ରାୟ,ସୁଶାନ୍ତ ବିଶ୍ୱାଳ,ଜଟିଆ ସିଂ,ଦିବ୍ୟଜ୍ୟୋତି ମହାପାତ୍ର ।