ନୂଆଦିଲ୍ଲୀ,୦୪/୧୧: ବିଶ୍ୱକୁ ମିଳିଛି ନୂଆ ଚାମ୍ପିଅନ । ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ହରାଇ ବିଶ୍ୱ ବିଜେତା ହୋଇଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଏହି ବିଶ୍ୱକପ ବିଜୟର ମହାନାୟିକା, ବିଶ୍ୱକପର ଶ୍ରେଷ୍ଠ ଅଲ୍ରାଉଣ୍ଡର ଦୀପ୍ତୀ ଶର୍ମାଙ୍କୁ ୟୁପି ପୁଲିସ୍ ପୁଲିସ୍ ଡିଜିପିର ଶୁଭେଚ୍ଛା । ଡିଏସ୍ପି ପଦରେ ନିଯୁକ୍ତ ଦିପ୍ତୀଙ୍କ ପାଇଁ ଗର୍ବ କରୁଛି ୟୁପି ପୁଲିସ୍ । ମୁଖ୍ୟମନ୍ତ୍ରୀ କୁଶଳ ଖେଳାଳି ଯୋଜନାରେ ଦିପ୍ତୀଙ୍କୁ ଏହି ନିଯୁକ୍ତି ମିଳିଛି । ସୋସିଆଲ ମିଡିଆରେ ୟୁପି ପୁଲିସ୍ ପକ୍ଷରୁ ଦିପ୍ତୀଙ୍କୁ ଶୁଭେଚ୍ଛା ଜଣାଇଛି । ଚଳିତ ବର୍ଷ ଜାନୁଆରୀରେ ସ୍ପୋର୍ଟ କୋଟାରେ ଦିପ୍ତୀଙ୍କୁ ଡିଏସ୍ପି ପଦରେ ନିଯୁକ୍ତି ମିଳିଥିଲା । ଆଜି ବିଧିବଦ୍ଧ ଭାବେ ଏକ୍ସରେ ସୂଚନା ଦେଇଛି ୟୁପି ପୁଲିସ୍ ।
UP DGP congratulates and extends best wishes to all-rounder Deepti Sharma, who was a part of the #ICCWomensWorldCup2025 winning team. She was earlier appointed as a Deputy Superintendent of Police under Kushal Khiladi Yojana. pic.twitter.com/YGHlX4FRbC
— ANI (@ANI) November 4, 2025
ଡିଜିପି ୟୁପି ଏକ୍ସ ହ୍ୟାଣ୍ଡେଲରେ ଲେଖିଛି, '' ୟୁପି ପୁଲିସ୍ ବିଶ୍ୱରେ ଆଜି ଗର୍ବ ଅନୁଭବ କରୁଛି । ଇଣ୍ଟରନ୍ୟାସନାଲ କ୍ରିକେଟରେ ୨୧୫ ରନ୍ ସହ ୨୨ ୱିକେଟ ବଳରେ ଅଲରାଉଣ୍ଡର ପ୍ରଦର୍ଶନ । ସେ କେବଳ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ନୁହେଁ, ଦେଶର, ଉତ୍ତରପ୍ରଦେଶର ଏବଂ ୟୁପି ପୁଲିସ୍ର ଗର୍ବ । ମୁଖ୍ୟମନ୍ତ୍ରୀ କୁଶଳ ଖେଳାଳି ଯୋଜନାରେ ୟୁପି ପୁଲିସ୍ର ଡେପୁଟି ସୁପରିଣ୍ଟେଣ୍ଡଣ୍ଟ ନିଯୁକ୍ତ ହୋଇଥିବାରୁ ଦିପ୍ତୀଙ୍କୁ ଅଭିନନ୍ଦନ ।''
ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଅଲ୍ରାଉଣ୍ଡର ଦୀପ୍ତି ଶର୍ମା । ସେ ୫୮ ରନ୍ ସଂଗ୍ରହ କରିବା ସହ ୩୯ ରନ ପ୍ରଦାନ କରି ୫ଟି ୱିକେଟ୍ ଅକ୍ତିଆର କରିଥିଲେ । ବିଶ୍ୱର ପ୍ରଥମ ଖେଳାଳି ଭାବେ ସେ ବିଶ୍ୱକପ୍ ନକ ଆଉଟ୍ ମ୍ୟାଚ୍ରେ ଅର୍ଦ୍ଧଶତକ ଅର୍ଜନ କରିବା ସହ ୫ ୱିକେଟ୍ ନେଇଥିଲେ । ପୂର୍ବରୁ ପୁରୁଷ ବିଶ୍ୱକପ୍ରେ ମଧ୍ୟ କୌଣସି ଖେଳାଳି ନକ୍ ଆଉଟ୍ ରାଉଣ୍ଡ୍ରେ ଏଭଳି ସଫଳତା ଅର୍ଜନ କରିନାହାନ୍ତି । ମହିଳା ବିଶ୍ୱକପ୍ ଇତିହାସରେ ଏହା ମଧ୍ୟ ପ୍ରଥମ ଘଟଣା । ସେ ପ୍ରଥମ ଖେଳାଳି ଭାବେ ମହିଳା ବିଶ୍ୱକପ୍ରେ (ଲିଗ୍ଠୁ ଆରମ୍ଭ କରି ଫାଇନାଲ୍ ପର୍ଯ୍ୟନ୍ତ) ଅର୍ଦ୍ଧଶତକ ସମେତ ୫ ୱିକେଟ୍ ନେଇଛନ୍ତି । ଦୀପ୍ତି ମହିଳା ବିଶ୍ୱକପ୍ ଇତିହାସର ଦ୍ୱିତୀୟ ଖେଳାଳି ଭାବେ ଫାଇନାଲ୍ରେ ୫ ୱିକେଟ୍ ଅକ୍ତିଆର କରିଛନ୍ତି । ୨୧୫ ରନ୍, ୨୨ ୱିକେଟ୍ ନେଇଥିବା ଦୀପ୍ତି ଶର୍ମା ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି । ଦିପ୍ତୀ ତାଙ୍କ ପୂର୍ବରୁ କେବଳ ଇଂଲଣ୍ଡର ଅନ୍ୟା ତ୍ସ୍ରବସୋଲ ୨୦୧୭ ବିଶ୍ୱକପ୍ ଫାଇନାଲ୍ରେ ଭାରତ ବିପକ୍ଷରେ ୪୬ ରନ ପ୍ରଦାନ କରି ୬ଟି ୱିକେଟ୍ ଅକ୍ତିଆର କରିଥିଲେ ।