ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ମହମ୍ମଦ ସାମିଙ୍କୁ ଭରଣପୋଷଣ ଝଟକା; ପତ୍ନୀ ଏବଂ ଝିଅକୁ ପ୍ରତି ମାସ ଦେବେ ୪ ଲକ୍ଷ ଟଙ୍କା

Published By : Rasmita Pradhan | July 2, 2025 11:05 AM

ନୂଆଦିଲ୍ଲୀ, ୦୨/୦୭ : ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ଛାଡ଼ପତ୍ର ମାମଲାରେ କୋଲକାତା ହାଇକୋର୍ଟଙ୍କ ବଡ଼ ରାୟ। ପତ୍ନୀ ଏବଂ ଝିଅକୁ ପ୍ରତି ମାସ ୪ ଲକ୍ଷ ଟଙ୍କା ଦେବେ ଭରଣପୋଷଣ। ଜଷ୍ଟିସ୍ ଅଜୟ କୁମାର ମୁଖାର୍ଜୀ ଏହି ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ସାମିଙ୍କ ଠାରୁ ତାଙ୍କ ପତ୍ନୀ ହସିନ ଜହାଁ ଓ ଝିଅ ଅଲଗା ରହୁଛନ୍ତି। ସେମାନେ ଭରଣପୋଷଣ ପାଇବାକୁ ହକଦାର୍। ଏହାଦ୍ଵାରା ତାଙ୍କ ଝିଅର ଭବିଷ୍ୟତ ସୁଧାର ହୋଇପାରିବ। ତେଣୁ ସାମି ତାଙ୍କ ପତ୍ନୀଙ୍କୁ ପ୍ରତି ମାସ ଦେଢ ଲକ୍ଷ ଏବଂ ତାଙ୍କ ଝିଅକୁ ଅଢେଇ ଲକ୍ଷ ଟଙ୍କା ଭରଣପୋଷଣ ଦେବେ। 

ଏହା ପୂର୍ବରୁ ତଳ ଅଦାଲତରେ ମହମ୍ମଦ ସାମି ଏବଂ ହସିନ ଜହାଁଙ୍କ ଛାଡ଼ପତ୍ର ମାମଲାର ଶୁଣାଣି କରିଥିଲେ। ୨୦୨୩ରେ କୋର୍ଟ ହସିନ ଜହାଁଙ୍କୁ ୫୦ ହଜାର ଟଙ୍କା ଏବଂ ଝିଅକୁ ୮୦ ହଜାର ଟଙ୍କା ଭରଣପୋଷଣ ଦେବାକୁ ସାମିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ବିରୋଧରେ ହସିନ ହାଇକୋର୍ଟରେ ଅପିଲ୍ କରିଥିଲେ। ହାଇକୋର୍ଟ ଜଜ୍ ଅଜୟ କୁମାର ମୁଖାର୍ଜୀ ଏହି ମାମଲାର ଶୁଣାଣି କରି ଏବେ ସାମି ୪ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ସୂଚନା ଥାଉକି, ୨୦୨୮ ମାର୍ଚ୍ଚ ମାସରେ ହସିନ ଜହାଁ ମହମ୍ମଦ ସାମିଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ସାମି ବିରୋଧରେ ମ୍ୟାଚ୍ ଫିକ୍ସିଂ ଏବଂ ପରକୀୟା ପ୍ରୀତି ଅଭିଯୋଗ ମଧ୍ୟ ଆଣିଥିଲେ। ହେଲେ ଏଯାବତ୍ ଏହି ସମସ୍ତ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇପାରି ନାହିଁ। ହସିନ ଜହାଁ ଏବେ ତାଙ୍କ ଝିଅ ସହ ଅଲଗା ରହୁଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.