ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଓଡ଼ିଶାରେ ମହିଳାଙ୍କ ବିରୋଧରେ ବଢୁଛି ଅପରାଧ, ୧ ଲକ୍ଷରେ ୨୨୭ ଜଣ ଅପରାଧର ଶିକାର

Published By : Rasmita Pradhan | July 16, 2025 12:35 PM

ଭୁବନେଶ୍ୱର,୧୬/୦୭ : ମହିଳାଙ୍କ ବିରୋଧରେ ଅପରାଧ ବଢ଼ିବାରେ ଲାଗିଛି । ରାଜ୍ୟରେ ପ୍ରତିଦିନ ୮୬ ଜଣ ଶିକାର ହୋଇଥିବା ଏନ୍‌ସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି । ଏନ୍‌ସିଆରବି ରିପୋର୍ଟ କହୁଛି, ଓଡ଼ିଶାରେ ପ୍ରତି ୧ ଲକ୍ଷ ମହିଳାରେ ୨୨୭ ଜଣ ଅପରାଧର ଶିକାର ହେଉଛନ୍ତି । କେବଳ ଅସଦାଚରଣ ମାମଲାରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା । ରାଜ୍ୟରେ ବର୍ଷକରେ ୧୪,୮୯୧ ଜଣ ଅସଦାଚରଣର ଶିକାର ହୋଇଥିଲେ । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର । ଏଠାରେ ଗତ ବର୍ଷ ୧୦,୫୭୮ ଜଣ ଅସଦାଚରଣର ଶିକାର ହୋଇଛନ୍ତି । ତୃତୀୟ ସ୍ଥାନ ନେଇଛି ଉତ୍ତର ପ୍ରଦେଶ । ଏଠାରେ ୯,୭୦୩ ଜଣ ଶିକାର ହୋଇଛନ୍ତି । ପ୍ରତେକ ଦିନ ଦେଶରେ ୧୧୨୧ ଜଣ ମହିଳା ଅପରାଧର ଶିକାର ହେଉଛନ୍ତି । 

ଗତ ରିପୋର୍ଟ କହୁଛି, ୩୫୬ ଦିନରେ ଆମ ରାଜ୍ୟରେ ୩୧,୩୫୨ ଜଣ ଅପରାଧର ଶିକାର ହୋଇଛନ୍ତି। ଯଦି ଆମ ପଡ଼ୋଶୀ ପଶ୍ଚିମବଙ୍ଗ କଥା ଦେଖିବା ତ’ହେଲେ ୪୮୧.୨ ଲକ୍ଷ ମହିଳା ଅଛନ୍ତି । ପ୍ରତି ଏକ ଲକ୍ଷ ମହିଳାରେ ମାତ୍ର ୭୪ ଜଣ ମହିଳା ଅପରାଧର ଶିକାର ହେଉଛନ୍ତି । ଆନ୍ଧ୍ରରେ ପ୍ରତି ଲକ୍ଷରେ ମାତ୍ର ୬୭ ଜଣ, ବିହାର ଏକ ଲକ୍ଷରେ ମାତ୍ର ୩୦ ଜଣ । ବିହାରରେ ୫୯୩ ଲକ୍ଷ ମହିଳା ବସବାସ କରୁଛନ୍ତି । ମଧ୍ୟପ୍ରଦେଶରେ ପ୍ରତି ୧ ଲକ୍ଷରେ ମାତ୍ର ୭୪ ଜଣ ଅପରାଧର ଶିକାର ହେଉଛନ୍ତି । ଓଡିଶାରେ ମହିଳା ବିରୋଧୀ ଅପରାଧ ମାମଲାରେ ଚାର୍ଜସିଟ୍‌ ହାର ୮୦.୧% ରହିଥିଲା । ଆସାମରେ ଚାର୍ଜସିଟ୍‌ ହାର ୫୨.୯% ଥିଲା । ଅପରପକ୍ଷେ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଏବଂ ଛତିଶଗଡ ଭଳି ରାଜ୍ୟ ଯଥାକ୍ରମେ ୯୩.୭%, ୯୩.୫%, ୯୩.୫% ଏବଂ ୮୮.୫ % ଚାର୍ଜସିଟ୍‌ ଦାଖଲ କରିଛନ୍ତି । 

ଅନ୍ୟପକ୍ଷରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରିବାରେ ଓଡ଼ିଶା ୮ ନମ୍ବର । ଓଡ଼ିଶାରେ ୧୨ଟି ଘଟଣାରେ ୧୨ ଜଣ ମହିଳାଙ୍କ ଜୀବନ ଯାଇଛି । ପ୍ରଥମ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ । ଏହି ରାଜ୍ୟରେ ୪୮ଟି ଘଟଣା ଘଟିଛି । ଦ୍ୱିତୀୟ ସ୍ଥାନରେ ଆସାମରେ ୪୬ ଟି, ତୃତୀୟରେ ରହିଛି ମଧ୍ୟପ୍ରଦେଶ ୩୫ ଟି, ଚତୁର୍ଥ ସ୍ଥାନରେ ମହାରାଷ୍ଟ୍ର ୨୩ । ଯୌତୁକ ନିର୍ଯାତନା ବି ହୁ ହୁ ହୋଇ ବଢ଼ିବାରେ ଲାଗିଛି । ୨୦୨୧ରେ ୫୪୮୮ ଜଣ ଯୌତୁକ ନିର୍ଯାତନାର ଶିକାର ହୋଇଥିଲା । ଏହି ଯୌତୁକ ନିର୍ଯାତନା ପାଇଁ ପ୍ରାୟ ୨୯୩ ଜଣ ମହିଳାଙ୍କୁ ହତ୍ୟା କରାଯାଇଛି । ଯୌତୁକ ଜନିତ ହତ୍ୟାରେ ଦେଶରେ ଓଡ଼ିଶା ସପ୍ତମ ସ୍ଥାନରେ ରହିଛି । ଏସିଡ୍‌ ଆକ୍ରମଣରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଗତ ରିପୋର୍ଟରେ ଉଲ୍ଲେଖ ଥିଲା ରାଜ୍ୟରେ ୩ ଜଣ ମହିଳା ଏସିଡ୍‌ ଆକ୍ରମଣରେ ଶିକାର ହୋଇଥିଲେ । ତେବେ ପଶ୍ଚିମବଙ୍ଗ ପ୍ରଥମ ସ୍ଥାନରେ ରହିଛି । ସେଠାରେ ୩୦ ଜଣ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଉତ୍ତରପ୍ରଦେଶ ରହିଛି । ବର୍ଷକରେ ୫୧୭୮ ମହିଳାଙ୍କୁ ଅପହରଣ କରାଯାଇଥିବା ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ତା’ଛଡା ୨୧୫ ଜଣଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରିଥିବା ନେଇ ମାମଲା ରୁଜୁ ହୋଇଥିଲା । ୫୦ ଜଣ ନାବାଳିକା ମଧ୍ୟ ବଳପୂର୍ବକ ବିବାହର ଶିକାର ହୋଇଥିଲେ । ୯୬ ଜଣ ମହିଳାଙ୍କୁ ଚାଲାଣ କରାଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.