ପ୍ରମୂଖ ଖବର

ନବ ଦାସ ହତ୍ୟା ମାମଲା: ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ ପୁଅ ଝିଅଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍‌

Published By : Harapriya Sethi | March 1, 2025 10:15 AM

ଭୁବନେଶ୍ୱର,୦୧/୦୩: ପୁଣି ଖୋଲିଲା ନବ ଦାସ ହତ୍ୟା ମାମଲା ଡାଏରୀ । ଝିଅ ଦୀପାଳି ଓ ପୁଅ ବିଶାଲଙ୍କୁ ନୋଟିସ କଲା କ୍ରାଇମବ୍ରାଞ୍ଚ । ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ହାଜର ହେବାକୁ ନୋଟିସ୍‌ ଜାରି ହୋଇଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ପକ୍ଷ ରଖିବାକୁ ଉଭୟଙ୍କୁ ନୋଟିସ୍‌ ହୋଇଛି । ନବ ଦାସଙ୍କ ହତ୍ୟାକୁ ନେଇ ଉଭୟଙ୍କ ବୟାନବାଜିକୁ ନେଇ ନୋଟିସ୍‌ ଦିଆଯାଇଛି । ମାମଲାରେ ଏବେ ଯାଏଁ କ୍ରାଇମବ୍ରାଞ୍ଚର ତଦନ୍ତ ସମାପ୍ତ ହୋଇନି । ଫାଇନାଲ ଚାର୍ଜସିଟ୍‌ ଦାଖଲ କରିନି କ୍ରାଇମବ୍ରାଞ୍ଚ । 

କହିରଖୁ କି, ରାଜ୍ୟର ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ମାଗିଥିଲେ ହାଇକୋର୍ଟ । ତଦନ୍ତର ସ୍ଥିତି ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ଉଚ୍ଚ ନ୍ୟାୟାଳୟ ଦେଇଥିଲେ ନିର୍ଦ୍ଦେଶ । ଫେବୃଆରୀ ୧୯ ସୁଦ୍ଧା ଷ୍ଟାଟର୍ସ ରିପୋର୍ଟ ଦାଖଲ ପାଇଁ କହିଥିଲେ ଅଦାଲତ । ମାମଲାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ପି.ପି. ମହାନ୍ତି ଯାଚିକା ଦାୟର କରିଥିଲେ । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ସାମାଜିକ କର୍ମୀ ପିନାକପାଣି ମହାନ୍ତିଙ୍କ ଆବେଦନର ଉପରେ ଫେବ୍ରୁଆରି ୧୯ ତାରିଖ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ୨୦୨୩ ମସିହାରେ ଝାରସୁଗୁଡ଼ାରେ ଏକ ରାଲି ଚାଲିଥିବା ସମୟରେ ତତ୍‌କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଛାତିରେ ଗୁଳିମାଡ଼ ହୋଇଥିଲା । ପରେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । ତେବେ ନବ ଦାସଙ୍କ ଏହି ଗୁଳିମାଡ଼ ଘଟଣାରେ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.