ପ୍ରମୂଖ ଖବର
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଜେଲ୍‌ରେ ଥିବା ଅଭିଯୁକ୍ତ ଫୋନ୍‌ରେ ଦେଲା ଧମକ, ଜେଲର ଓ ଡେପୁଟୀ ଜେଲର ନିଲମ୍ୱିତ

Published By : Prameya | March 17, 2025 9:52 PM

ଗାଜିପୁର :  ଜେଲ୍‌ରେ ବନ୍ଦୀ ଥାଇ ଅଭିଯୁକ୍ତ ଦେଲା ଧମକ। ଫୋନ୍‌ରେ ଜଣେ ବ୍ୟକ୍ତିଙ୍କୁ କଲ୍‌ କରି ଧମକ ଦେବା ଖବର ଚର୍ଚ୍ଚାରେ। ଘଟଣାଟି ଉତ୍ତର ପ୍ରଦେଶର ଗାଜିପୁର ଜେଲ୍‌ରେ ଘଟିଛି। ଏଠାରେ ବନ୍ଦୀ ଥିବା ଅଭିଯୁକ୍ତ, ଜଣେ ବ୍ୟକ୍ତିଙ୍କୁ ଧମକ ଦେବା ମାମଲା ସାମ୍ନାକୁ ଆସିଛି। ଏହାପେର ଜେଲ୍‌ର ଓ ଡେପୁଟୀ ଜେଲରଙ୍କୁ ସସପେଣ୍ଡ କରି ଦିଆ ଯାଇଛି। 

ଡିଆଇଜି ରାଜେଶ କୁମାର ଶ୍ରୀବାସ୍ତବଙ୍କ ରିପୋର୍ଟ ଅନୁସାରେ , ଡିଜି ଜେଲ୍ କାର୍ଯ୍ୟାନୁଷ୍ଠାନ କରି ଜେଲର ରାକେଶ କୁମାର ବର୍ମା ଓ ଡେପୁଟୀ ଜେଲର ସୁଖମତି ଦେବୀଙ୍କୁ ନିଲମ୍ୱିତ କରିଛନ୍ତି।

ଖବର ଅନୁସାରେ , ଗାଜିପୁର ଜେଲ୍‌ରେ ବନ୍ଦୀ ଥିବା ଅଭିଯୁକ୍ତ ଜଣକ ବିହାରରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧମକପୂର୍ଣ୍ଣ କଲ୍‌ କରିଥିଲା। ଏହି ବ୍ୟକ୍ତି ଅଭିଯୁକ୍ତ ବିରୋଧରେ ପୂର୍ବରୁ କେସ୍‌ ରୁଜୁ କରିଥିଲେ। ଯେବେ ତାଙ୍କ ପାଖକୁ ଜେଲ୍‌ରୁ କଲ୍ ଆସିଲା, ତ ସେ ଧମକପୂର୍ଣ୍ଣ କଥାବାର୍ତ୍ତାର ରେକର୍ଡିଂ ପୁଲିସକୁ ପ୍ରଦାନ କରି ଥିଲେ। ଗାଜିପୁର ପୁଲିସ ଏହି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଜେଲ୍‌ରୁ ଧମକ ଦେବା ଅଭିଯୋଗରେ ଏଫଆଇଆର ରୁଜୁ କରି ଥିଲା। ଯାଞ୍ଚ ବେଳେ ସାମ୍ନାକୁ ଆସିଲା ଯେ, ଅଭିଯୁକ୍ତ ଜଣକ ଜେଲ୍‌ ଭିତରେ ଥାଇ ହିଁ କଲ୍ କରି ଥିଲା। ଏଥିରେ ଜେଲ୍‌ ପ୍ରଶାସନ ଉପରେ ପ୍ରଶ୍ନ ଉଠିବାକୁ ଲାଗିଲା। 

ଡିଆଇଜି ରାଜେଶ କୁମାର ଶ୍ରୀବାସ୍ତବ ଏହି ପୂରା ମାମଲାର ଯାଞ୍ଚ କରି ଥିଲେ ଏବଂ ରିପୋର୍ଟ ଡିଜି ଜେଲକୁ ପ୍ରଦାନ କରି ଥିଲେ। ରିପୋର୍ଟରେ ଜେଲ୍‌ ପ୍ରଶାସନର ଅବହେଳା ସାମ୍ନାକୁ ଆସିବା ପରେ ଜେଲ୍‌ର କୁମାର ବର୍ମା ଓ ଡେପୁଟୀ ଜେଲର ସୁଖମତି ଦେବୀଙ୍କୁ ସସ୍‌ପେଣ୍ଡ କରି ଦିଆ ଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.