କେସିଙ୍ଗା ୨୫/୧୨ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ନ୍ୟୁୟ ଲାଇଫ ଏକାଡେମୀ ଓ ନ୍ୟୁୟ ଲାଇଫ ମିଶନ ହସପିଟାଲ ମିଳିତ ଆନୁକୁଲ୍ୟରେ ଖ୍ରୀଷ୍ଟ ମାସ ସେଲିବ୍ରେସନ ଆୟୋଜନ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସମାଜରେ ବସବାସ କରୁଥିବା ନିରୀହ ଗରିବ ତଥା ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସହଯୋଗ କରିବା ନିମନ୍ତେ ୧ ହଜାର ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। ନ୍ୟୁୟ ଲାଇଫ ଏକାଡେମୀ ଓ ନ୍ୟୁୟ ଲାଇଫ ମିଶନ ହସପିଟାଲ ପ୍ରତିଷ୍ଠାତା ଡ଼କ୍ଟର ସିଆନୀ ହରପାଲ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦାନ କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବାଣୀ ଉପରେ ମତପୋଷଣ କରିଥିଲେ ଏବଂ ଖ୍ରୀଷ୍ଟ ମାସ ଗୋଟିଏ ସେଲିବ୍ରେସନ ପର୍ବ ନୁହେଁ ବରଂ ଜଗତର ପ୍ରତ୍ୟେକ ମାନବ ଜୀବ ତଥା ଦୁଃଖୀ ଦରିଦ୍ର ମାନଙ୍କୁ ସହଯୋଗ କରିବା ହେଉଛି ଖ୍ରୀଷ୍ଟ ମାସ ସେଲିବ୍ରେସନର ଉଦ୍ଦେଶ୍ୟ ବୋଲି କହିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଆଇଓସିଏଲ୍ ପୂର୍ବତନ ବରିଷ୍ଠ ଜେନେରାଲ ମ୍ୟାନେଜର ବିକାଶ ସାମଦାର ଏବଂ ସମ୍ମାନିତ ଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି, ଅବସରପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ବିନୟ ପ୍ରକାଶ ନାୟକ, ଆଇନଜୀବୀ ସୁନ୍ଦର ବାବୁ ପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଳୟ ଭୋଇ, ନ୍ୟୁୟ ଲାଇଫ ମିଶନ ଟ୍ରଷ୍ଟ ଅଧ୍ୟକ୍ଷ ସୁଫଳା ହରପାଲ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।