ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ସାତକୋଶିଆରେ ସରିଲା କୁମ୍ଭୀର ଗଣନା; ୧୯ ମଗର ଓ ୧୧ ଘଡିଆଳ ଚିହ୍ନଟ

Published By : Anindita | January 10, 2025 12:50 PM

ବୌଦ୍ଧ,୧୦/୦୧:  ବୌଦ୍ଧ ବନଖଣ୍ଡ କୁସଙ୍ଗ ରେଞ୍ଜ ଅନ୍ତର୍ଗତ ମହାନଦୀ ସାତକୋଶିଆ ଗଣ୍ଡରେ ସରିଲା କୁମ୍ଭୀର ଗଣନା। ତିନି ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ସରିଛି । ସମୁଦାୟ ୧୯ ଟି କୁମ୍ଭୀର ଥିବା ବେଳେ ୧୧ ଟି ଘଡିଆଳ ଓ ୮ ଟି ମଗର ପ୍ରଜାତିର କୁମ୍ଭୀର ଥିବା ସୂଚନା ମିଳିଛି।   ୧୧ ଟି ଘଡିଆଳ ମଧ୍ୟରୁ ୩ ଟି ବଡ  ଓ ୮ ଟି ଛୁଆ ଘଡିଆଳ ଥିବା ଜଣାପଡ଼ିଛି । ସେହିପରି ୮ ଟି ମଗର ପ୍ରଜାତିର କୁମ୍ଭୀର ମଧ୍ୟରୁ ୫ ଟି ବଡ ମଗର ଓ ୩ ଟି ଛୁଆ ମଗର ରହିଛନ୍ତି ।

ସୂଚନା ଅନୁଯାୟୀ,  ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ବୌଦ୍ଧ ଜିଲ୍ଲା ସାତକୋଶିଆ ଗଣ୍ଡରେ କୁସଙ୍ଗ ରେଞ୍ଜ ପକ୍ଷରୁ ରେଞ୍ଜ ଅଧିକାରୀ ସଂସାର ବର୍ଗିଆଙ୍କ ନେତୃତ୍ୱରେ ଚଳିତ ବର୍ଷର କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।  ୩ ଦିନ ଧରି ଚାଲିଥିବା କୁମ୍ଭୀର ଗଣନା ଆଜି ସରିଥିବା ନେଇ  ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି । ମହାନଦୀର ଏହି ଗଣ୍ଡରେ ୨୦୨୪ ମସିହାରେ ୩୫ ଗୋଟି କୁମ୍ଭୀର ଅଣ୍ଡାରୁ ସୁସ୍ଥ ଶାବକ ଜନ୍ମ ନେଇଥିଲେ । ବର୍ଷା ଋତୁ ପୂର୍ବରୁ କୁମ୍ଭୀର ଶାବକ ଅଣ୍ଡାରୁ ଜନ୍ମ ନେଇଥିବାରୁ ନଦୀ ବନ୍ୟାରେ କିଛି ଶାବକ ପ୍ରତି ବର୍ଷ ଅନ୍ୟତ୍ର ଚାଲି ଯାଇଥାନ୍ତି । ପରି ଶେଷରେ ପ୍ରତି ବର୍ଷ ଅବଶିଷ୍ଟାଂଶ କୁମ୍ଭୀରଙ୍କ ବଂଶ ରକ୍ଷା ନେଇ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ହେଉଛି।   

ଚଳିତ ବର୍ଷ ରେଞ୍ଜ ଅନ୍ତର୍ଗତ ମାରଡ଼ା ଠାରୁ ଶୀତଲପାଣି, ଶୀତଲପାଣି ଠାରୁ ହରଭଙ୍ଗା ଏବଂ ହରଭଙ୍ଗା ଠାରୁ ଅଏଡା ପର୍ଯ୍ୟନ୍ତ ତିନି ଭାଗରେ ତିନୋଟି ଟିମକୁ ଭାଗ କରାଯାଇ ମାଛ ମରା ଡଙ୍ଗାରେ ନଦୀ ଭିତରେ ଉନ୍ନତ ମାନର କ୍ୟାମେରା, ବାଇନା କୁଲର ଯନ୍ତ୍ର ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଛି । ଏହି ତିନି ଗୋଟି ଟିମରେ ୩ ଜଣ ଫରେଷ୍ଟର, ୩ ଜଣ ଫରେଷ୍ଟ ଗାର୍ଡ ଓ ୬ ଜଣ ସ୍କ୍ୱାର୍ଡ କର୍ମଚାରୀ ସାମିଲଥିଲେ । ତେବେ ଏହି କୁମ୍ଭୀର ଗଣନା କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିଥିବା ବେଳେ ଉକ୍ତ ରେଞ୍ଜ ଅଧୀନରେ ସମୁଦାୟ ୧୯ ଗୋଟି କୁମ୍ଭୀର ଗଣନା କରାଯାଇଛି । ଘଡ଼ିଆଳ ପ୍ରଜାତିର ବଡ଼ ୩ ଗୋଟି, ଛୁଆ ୮ ଗୋଟି ଏବଂ ମଗର ପ୍ରଜାତିର ବଡ଼ ୫ ଗୋଟି ଓ ଛୁଆ ୩ ଗୋଟି ଗଣତି କରାଯାଇଥିବାର ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ସୂଚନା ଦେଇଛନ୍ତି ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.