ହରଭଙ୍ଗା,୮/୧ : ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ସାତକୋଶିଆ ଗଣ୍ଡରେ କୁସଙ୍ଗ ରେଞ୍ଜ ଅଧିକାରୀ ସଂସାର ବର୍ଗିଆଙ୍କ ନେତୃତ୍ୱରେ ମଙ୍ଗଳବାର କୁମ୍ଭୀର ଗଣନା ଆରମ୍ଭ ହୋଇ ଆଜି ଶେଷ ହୋଇଛି l ପୂର୍ବ ବର୍ଷ ଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ଏହି ଗଣନାରେ ତିନି ଗୋଟି ମାଛ ମରା ଡ଼ଙ୍ଗା ସାହାଯ୍ୟରେ ବିଭାଗର ତିନୋଟି ଟିମ୍ ଗଣନାରେ ସାମିଲ ହୋଇଥିଲେ l
ମାରଡ଼ାଠାରୁ ଶୀତଳ ପାଣି ପର୍ଯ୍ୟନ୍ତ ଘଡ଼ିଆଳ କୁମ୍ଭୀର ରିସର୍ଚ୍ଚ ପରସନ ଅସରାଜ ଖାନ, ଆରସିସି ଏଫଅଫିସରୁ ଆସିଥିବା ରୁଦ୍ରନାରାୟଣ ପ୍ରଧାନ ଓ ସୀତଲପାଣି ବିଟ ଫରେଷ୍ଟର ସଞ୍ଜୟ ରାଉତ ସାମିଲ ଥିବାବେଳେ ଶୀତଳ ପାଣି ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଗଣନାରେ ଫରେଷ୍ଟର ପ୍ରତାପ ସେଠି, ୱାଚର ଲବ ଦେହୁରୀ ଓ ହରଭଙ୍ଗାଠାରୁ ଅଏଡା ମହାନଦୀ ଅଞ୍ଚଳରେ ଫରେଷ୍ଟର ପ୍ରଭାକର ସାହୁ, ଅକ୍ଷୟ ସାହୁଙ୍କ ସମେତ ନାଉରିଆ ନିୟୋଜିତ ଅଛନ୍ତି l
କ୍ୟାମେରା ଓ ଦୂର ବିକ୍ଷଣ ଯନ୍ତ୍ର, ଜିପିଏସ ସହାୟତା ମହାନଦୀର ଗଭୀର ଜଳ ରାଶି, ବାଲି, ନଦୀ କୁଳ, ଗଣ୍ଡ ଗୁଡ଼ିକରେ ଏହି ଘଡ଼ିଆଳ ଓ ଗମୁଆଁ, ମଗର ପ୍ରଜାତିର କୁମ୍ଭୀର ଗଣନା କରାଯାଉଛି ଏବଂ ତିନି ଦିନ ଏହି କୁମ୍ଭୀର ଗଣନା କରାଯାଇ ଆଜି ଗଣନା ଶେଷ ହୋଇଛି। ପ୍ରକାଶ ଯେ, ଚଳିତ ବର୍ଷ ମଗର ସଂଖ୍ୟା ବୃଦ୍ଧି ପାଇଥିବ ବୋଲି ରେଞ୍ଜ ଅଧିକାରୀ ସଂସାର ବର୍ଗୀୟ ପ୍ରକାଶ କରିଛନ୍ତି।