ପଟ୍ଟାମୁଣ୍ଡାଇ,୦୭/୦୧: ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। କୁମ୍ଭୀର ଗଣନା ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା। ୮ ରୁ ୧୦ ତାରିଖ ଯାଏଁ ଜାତୀୟ ଉଦ୍ୟାନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ରାଜନଗର ଡିଏଫଓ।

ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ, ନାଳ ଓ ନଦୀକୁ ସଂଯୋଗ କରୁଥିବା ଅଞ୍ଚଳରେ ବଉଳା କୁମ୍ଭୀରମାନଙ୍କ ଗଣନା କାର୍ଯ୍ୟ ଚାଲିବ । ବଉଳା କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କର, ରାଜନଗର ଡିଏଫ୍ଓ ଭରଦ୍ୱାଜ ଗାୟକୱାଡଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଗଣନା କାର୍ଯ୍ୟ କରାଯିବ । ଏହି ୩ ଦିନ ବନଖଣ୍ଡ ପକ୍ଷରୁ ୫୧ ଟି ଜାଗାରେ କୁମ୍ଭୀର ଗଣନା କରାଯିବ । ଏନେଇ ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଭିତରକନିକା ପରିଭ୍ରମଣ ସଂପୂର୍ଣ୍ଣ ନିଷେଧ କରାଯିବ। ସେହିପରି ୭ ତାରିଖରେ ଗଣନା ସଂପର୍କିତ ଶିକ୍ଷା ଦିଆଯିବା ସହ ବିଭିନ୍ନ ବନାଞ୍ଚଳ ରେଞ୍ଜରେ ଟିମ ଗଠନ କରାଯିବ । ପରେ ୮,୯ ଓ ୧୦ତାରିଖ କୁମ୍ଭୀର ଗଣନା କରାଯିବାସହ ୧୧-୧୨ ତାରିଖ ସୁଦ୍ଧା ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପଠାଯିବା ନେଇ ରାଜନଗର ଡିଏଫ୍ଓ ଭରତଦ୍ୱାଜ ଗାୟକୱାଡ କହିଛନ୍ତି ।