ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ସାଢେ ୪ଟାରେ ଉଠିବ ମହାଦୀପ

Published By : Rasmita Pradhan | February 26, 2025 10:33 AM

ନୀଳଗିରି,୨୬/୨: ପବିତ୍ର ଶିବରାତ୍ରୀ ପାଇଁ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ଶିବରାତ୍ରୀ ପାଇଁ ଭୋର ସାଢେ ୪ଟାରେ ଦ୍ୱାରଫିଟା ନୀତି ସମାପନ ପରେ ୫ଟାରେ ମଙ୍ଗଳ ଆଳତୀ, ୬ଟାରେ ନୀତିକାନ୍ତି ପୂଜା ସମାପନ ହୋଇଥିଲା। ଏହାପରେ ଭକ୍ତମାନଙ୍କ ପାଇଁ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ବହୁ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁମାନେ ଧାଡ଼ିରେ ଝରଣା ଭିତରେ ଥିବା ପଞ୍ଚଲିଙ୍ଗେଶ୍ୱରଙ୍କର ପାଞ୍ଚଟି ଲିଙ୍ଗ ସ୍ପର୍ଶ କରି ଆଶିଷ କାମନା କରିଛନ୍ତି। ବ୍ରତୀମାନେ ସଂକଳ୍ପ କରି ଭୋଗ ଲଗାଇ ଶୁଭ ମନାସିଛନ୍ତି। 

ବାଲେଶ୍ଵର ଜିଲ୍ଲା ନୀଳଗିରି ଦେବଗିରି ପାହାଡ଼ ଉପରେ ବହି ଯାଉଥିବା ଝରଣା ଭିତରେ ବିରାଜମାନ ବାବା ପଞ୍ଚଲିଙ୍ଗେଶ୍ୱରଙ୍କର ପାଞ୍ଚଟି ଲିଙ୍ଗ। ମହାଭାରତ ଯୁଧ୍ୟ ସମୟରେ ବହୁ କିମ୍ବଦନ୍ତୀ ଏଠାରେ ଉଲ୍ଲେଖ ରହିଛି। ପଥର ଉପରେ ଭୀମ ପାଦ ଚିହ୍ନ ରହିଥିବା ବେଳେ ବନବାସ ବେଳେ ପଞ୍ଚୁ ପାଣ୍ଡଵ ଏହି ପାହାଡ଼ ଗୁମ୍ଫାରେ ରହୁଥିବାର ବିଶ୍ୱାସ ରହିଛି। ମହାଶିବରାତ୍ରୀ ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥାନ୍ତି। 

ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତୀ ପରେ ହଜାର ହଜାର ଶ୍ରଦ୍ଧାଳୁ ପୀଠରେ ଦୀପ ଜାଳି ଓଜାଗର ହୋଇଥାନ୍ତି। ଚଳିତବର୍ଷ ସାଢେ ୪ଟାରେ ମହାଦୀପ ଉଠିବ ବୋଲି ଜଣାପଡିଛି। ଏଠାରେ ଉଜାଗର ହୋଇ ଦୀପ ଜାଳିଲେ ପରିବାରରେ ସୁଖଶାନ୍ତି ରହିବା ସହ ବାବାଙ୍କର ଶୁଭଦୃଷ୍ଟି ପଡିଥାଏ ବୋଲି ବିଶ୍ୱାସ ରହିଛି।

ଏହି ଖବରଟିକୁ ପଢନ୍ତୁ- ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଙ୍ଗମ, ରାତି ୧ଟାରେ ଉଠିବ ମହାଦୀପ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.