ମାଲକାନଗିରି ୧୨/୦୪: ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୋଲିସକୁ ବଡ଼ ସଫଳତା। ମାଓବାଦୀ -ସୁରକ୍ଷାବାହିନୀଙ୍କମଧ୍ୟ ଗୁଳିବିନିମୟ। ଯବାନଙ୍କ ଗୁଳିରେ ତିନି ନକ୍ସଲ ନିହତ। ଏକାଧିକ ନକ୍ସଲ ନିହତ ହୋଇଥିବା ଆଶଙ୍କା କରାଯାଉଛି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।  ଅପରେସନରେ ୪୦୦ରୁ ଅଧିକ ଯବାନ ନିୟୋଜିତ ହୋଇଥିବା ଜଣାପଡିଛି।




ସୂଚନାଥାଉକି, ଶନିବାର ସକାଳ ସାଢ଼େ ୯ଟା ସମୟରେ ଦାନ୍ତେୱାଡା ଏବଂ ବିଜାପୁର ସୀମାନ୍ତ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳର ଜଙ୍ଗଲରେ ସୁରକ୍ଷା ବାହିନୀ କୁମ୍ବିଂ ଅପରେସନ୍ କରିଥିଲେ। ଏହି ସମୟରେ ନକ୍ସଲ ସୁରକ୍ଷାବାହୀନଙ୍କୁ ଦେଖି ଗୁଳିମାଡ଼ କରିଥିଲେ। ପାଲଟା ଜବାବରେ କ୍ରୋବା କମାଣ୍ଡୋମାନେ ଗୁଳି ଚଳାଇଥିଲେ। କିଛି ଘଣ୍ଟା ଧରି ଯବାନ -ନକ୍ସଲଙ୍କ ମଧ୍ୟ ଗୁଳିବିନିମୟ ହୋଇଥିଲା । ଏନ୍‌କାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ଏବେ ବି ସେଠାରେ କମ୍ୱିଂ ଜାରି ରହିଛି ।