ପ୍ରମୂଖ ଖବର
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ମାଇକ୍ରୋସଫ୍ଟକୁ ଟପିଲା କ୍ରିପ୍ଟୋ ମାର୍କେଟ୍‌କ୍ୟାପ୍‌, ଗୋଟିଏ ବର୍ଷରେ ୨ଗୁଣରୁ ଅଧିକ ବଢ଼ିଛି

Published By : Prameya | February 3, 2025 2:39 PM

ନୂଆଦିଲ୍ଲୀ,୦୩/୦୨: ଗତ କିଛି  ଦିନ ହେବ କ୍ରିପ୍ଟୋ ମୂଲ୍ୟରେ ଦ୍ରୁତ ଭାବେ ବୃଦ୍ଧି ହେଉଛି । ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଏହି ଧାରା  ତ୍ୱରାନ୍ୱିତ ହୋଇଛି । କ୍ରିପ୍ଟୋ ମାର୍କେଟ କ୍ୟାପ୍‌ ଏବେ ୩.୬୨ ଟ୍ରିଲିୟନ ଡଲାର ଛୁଇଁଛି । ଗତ  ଗୋଟିଏ ବର୍ଷରେ ଏଥିରେ ୨ ଗୁଣରୁ ଉଦ୍ଧ୍ୱର୍ ବୃଦ୍ଧି  ହୋଇଛି । କ୍ରିପ୍ଟୋ କରେନ୍ସିର ମାର୍କେଟ କ୍ୟାପ୍‌  ବିଶ୍ୱର ସବୁଠାରୁ ଦ୍ୱିତୀୟ ବଡ ମୂଲ୍ୟବାନ  କମ୍ପାନି ମାଇକୋସଫ୍ଟକୁ ମଧ୍ୟ ଟପିଯାଇଛି । 

ମାଇକ୍ରୋସଫ୍ଟର ମାର୍କେଟ କ୍ୟାପ୍‌  ଏବେ ୩.୦୮୫ ଡଲାର ରହିଛି । ମାର୍କେଟ  କ୍ୟାପ୍‌ ଦୃଷ୍ଟିକୋଣରୁ କେବଳ ଆପଲ କ୍ରିପ୍ଟୋ  ଆଗରେ ରହିଛି । ଆଇଫୋନ ବନାଉଥିବା  କମ୍ପାନି ଆପଲର ବଜାର ପୁଞ୍ଜିକରଣ  ୩.୫୪୮ ଡଲାରରୁ ଉଦ୍ଧ୍ୱର୍ ରହିଛି । ଜାନୁଆରି  ୨୦୧୫ରେ କ୍ରିପ୍ଟୋ ଏକ୍ସଚେଞ୍ଜର ମାର୍କେଟ  କ୍ୟାପ୍‌ ୦.୦୦୪ ଟ୍ରିଲିୟନ ଡଲାର ରହିଥିଲା ।  ୨୦୨୬ ଜାନୁଆରିରେ ଏହା ୦.୦୦୭  ଟ୍ରିଲିୟନ ଡଲାରକୁ ବୃଦ୍ଧି ହୋଇଥିଲା । 

୨୦୨୭ ଜାନୁଆରିରେ ଏହା ୦.୦୧୭  ଟ୍ରିଲିୟନ ଡଲାର, ୨୦୨୮ରେ ୦.୭ ଟ୍ରିଲିୟନ,  ୨୦୧୯ ରେ ୦.୧୨ ଟ୍ରିଲିୟନ, ୨୦୨୦ରେ  ୦.୨୫ ଟ୍ରିଲିୟନ, ୨୦୨୧ରେ ୧ ଟ୍ରିଲିୟନ  ଡଲାର ଏବଂ ଏହାର ଗୋଟିଏ ବର୍ଷ ପରେ  ଏହା ୨ ଟ୍ରିଲିୟନ ଡଲାର ଟପିଯାଇଥିଲା ।  ଏହା ୨୦୨୩ରେ ହ୍ରାସ ହୋଇ ପୁଣି ୧  ଟ୍ରିଲିୟନ ଡଲାର ଖସିଆସିଲା ।ପୁଣି ୨୦୨୪  ଜାନୁଆରିରେ ୧.୭୫ ଟ୍ରିଲିୟନ ଡଲାର  ଏବଂ ୨୦୨୫ ଜାନୁଆରିରେ ଏହା ୩.୬୨  ଟ୍ରିଲିୟନ ଡଲାର ରହିଛି । ଏହା ମଧ୍ୟରେ ବିଟ୍‌  କଏନର ଅଂଶ ସର୍ବାଧିକ ରହିଛି । ବିଶ୍ୱର  ଟପ୍‌ ଆସେଟ ଗୁଡିକୁ ଦେଖିଲେ ସୁନା ପ୍ରଥମ  ସ୍ଥାନରେ ରହିଛି । 

ଗତ ବର୍ଷ ଏହାର ଦର  ଅହେତୁକ ଭାବେ ବଢ଼ିଛି । ବିଶ୍ୱର ବିଭିନ୍ନ  ପ୍ରାନ୍ତରେ ଯୁଦ୍ଧ ଯୋଗୁ ଏବେ ଅନିଶ୍ଚିତତା  ରହିଛି । ଏଭଳି ସ୍ଥିତିରେ ସାରା ବିଶ୍ୱର  କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ପ୍ରବଳ ମାତ୍ରାରେ  ସୁନା କିଣୁଛନ୍ତି । ଏବେ ସାରା ବିଶ୍ୱରେ  ସୁନାର ମାର୍କେଟ କ୍ୟାପ୍‌ ୧୮.୪ ଟ୍ରିଲିୟନ  ଡଲାର ରହିଛି । ସେହିଭଳି ଲୋକପ୍ରିୟ  କ୍ରିପ୍ଟୋ କରେନ୍ସି ବିଟ୍‌ କଏନର ବଜାର ପୁଞ୍ଜି  ୧.୮୬୮ ଟ୍ରିଲିୟନ ଡଲାର ଏବଂ ରୁପା  ୧.୭୬୬ ଟ୍ରିଲିୟନ ଡଲାର ସ୍ତରରେ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.