ଭୁବନେଶ୍ୱର,୨୬/୦୫: ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେସନ(ଡିଇଆଇଇଡି) ତଥା ସିଟି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୭ ତାରିଖରୁ (ବୁଧବାର) ଅନ୍‌ଲାଇନ ଆବେଦନ ହେବ । ଆସନ୍ତା ଜୁନ୍‌ ୧୮ ତାରିଖ ଯାଏ ଆବେଦନ ପତ୍ର ଗ୍ରହଣ କରାଯିବ । ୧୯ରୁ ୨୦ ତାରିଖ ମଧ୍ୟରେ ଆବେଦନକାରୀମାନେ ନିଜର ଆବେଦନପତ୍ରକୁ ଚାହିଁଲେ ସଂଶୋଧନ କରିପାରିବେ । ଏହି ନାମଲେଖା ପାଇଁ ଆବେଦନକାରୀମାନେ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି) ମୋଡ୍‌ରେ ପ୍ରବେଶିକା ପରୀକ୍ଷା ହେବ । ଏନେଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ଆହୁରି ପଢନ୍ତୁ-Toilet Tank Tragedy : ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ମୃତ, ସେଣ୍ଟ୍ରିଙ୍ଗ କାଢ଼ିବା ବେଳେ ଅଘଟଣ

ଏସ୍‌ସିଇଆର୍‌ଟି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, ୨୦୨୬-୨୮ ଶିକ୍ଷାବର୍ଷର ନାମଲେଖା ହେବ । ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ଏଥିପାଇଁ ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନ ରହିଛି । ଏଠାରେ ୬ ହଜାର ୫୫୦ଟି ସିଟ୍‌ ରହିଛି । ପ୍ରବେଶିକା ପରୀକ୍ଷା ସଂପର୍କିତ ସୂଚନା ଆବେଦନକାରୀଙ୍କ ମୋବାଇଲ୍‌ ନମ୍ବର, ଇମେଲ୍‌ ଓ ବିଜ୍ଞାପନ ଦ୍ୱାରା ଜଣାଇଦିଆଯିବ । ଇଚ୍ଛୁକ ଛାତ୍ରଛାତ୍ରୀମାନେ ସାମ୍‌ସ ଓଡ଼ିଶା ୱେବ୍‌ସାଇଟ୍‌ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଗ୍ଦମରକ୍ସଗ୍ଧ. ଗ୍ଦବଜ୍ଞଗ୍ଦକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ/ଭରୟଙ୍ଗରଭ. ବଗ୍ଦକ୍ଟ୍ରଙ୍ଘରେ ଆବେଦନ କରିପାରିବେ । ଆବେଦନ ସମୟରେ କୌଣସି ସମସ୍ୟା ହେଲେ ଛାତ୍ରଛାତ୍ରୀମାନେ ଟୋଲ୍‌ ଫ୍ରି ନମ୍ବର ୧୫୫୩୩୫/୧୮୦୦୩୪୫୬୭୭୦ରେ ଯୋଗାଯୋଗ କରିପାରିବେ ।