ବାଲେଶ୍ଵର,୧୧।୧ : ବାଲେଶ୍ଵରରେ ରେଲୱେର ତୃତୀୟ ଲାଇନ ସମ୍ପ୍ରସାରଣ ପାଇଁ  ଜାରି କରାଯାଇଥିବା କର୍ଫ୍ୟୁ ହଟାଇ ନିଆଯାଇଛି । ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୧ ଓ ୧୨ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ  ଜାରି କରାଯାଇଥିଲା।   ଶନିବାର ସକାଳ ୪ ଟା ରୁ  ରବିବାର ରାତ୍ରୀ ୧୦ ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ସବ ଡିଭିଜିନାଲ ମାଜିଷ୍ଟ୍ରେଟ ଙ୍କ ନିର୍ଦ୍ଦେଶ କ୍ରମେ କର୍ଫ୍ୟୁ ହଟାଇ ଦିଆଯାଇଛି।

ରେଳ ଲାଇନ ସଂପ୍ରସାରଣ ପାଇଁ ବସ୍ତି ଉଛେଦ କରିବା ଲାଗି କର୍ଫ୍ୟୁ ଜାରି କରାଯାଇଥିଲା ।  ବାଲେଶ୍ବର ସହରର ଅରଡ ବଜାର ଓ ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଦୁଇ ଦିନ   ଧରି ଜାରି କରାଯାଇଥିଲା ।