କଟକ ୧୯/୧୧: ଆଇସ୍‌କ୍ରିମ୍‌ ତାହା ପୁଣି ତେଲରେ ଛଣାଯାଉଛି ।  ଶୁଣିଲେ ଟିକେ ଅଡ଼ୁଆ ଲାଗୁଛି । ହେଲେ ଏଭଳି  ଆଇସ୍‌କ୍ରିମ୍‌ ବାଲିଯାତ୍ରାରେ ବିକ୍ରି ହେଉଛି ।  ଉପର ପଡ଼ିଆରେ ଷ୍ଟଲ୍‌ ନମ୍ବର ୟୁଇ-୪ରେ  ଦରଘାବଜାର ଅଞ୍ଚଳର ଆଲୋକ ଦାସ ଏଭଳି  କିଛି ଆଇସ୍‌କ୍ରିମ୍‌ ବ୍ରିକି କରୁଛନ୍ତି । କୋଲକତାରୁ ଏହି ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରିବା ସେ ଶିଖିଛନ୍ତି । ବ୍ରେଡ୍‌ ଭିତରେ ଆଇସ୍‌କ୍ରିମ୍‌କୁ ରଖାଯାଇ ତାହାକୁ ଗରମ ତେଲରେ ଛଣାଯାଉଛି । ପରେ କ୍ରିମ୍‌ ଓ ମହୁ ପକାଇ ଦିଆଯାଉଛି । ଏଭଳି ଖାଦ୍ୟ ପ୍ରଥମଥର ବାଲିଯାତ୍ରାରେ କରିଥିବା ଆଲୋକ କୁହନ୍ତି । ଭିନ୍ନ ସ୍ୱାଦ  ଲୋକଙ୍କୁ ପରସିବା ପାଇଁ ସେ ଏହି ଷ୍ଟଲ୍‌ ଖୋଲିଛନ୍ତି ।