ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବୟାଳିଶି ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣା, ଖୁବ୍‌ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ଏସ୍‌ଟିଏଫ୍‌

Published By : Harapriya Sethi | March 14, 2025 3:01 PM

କଟକ, ୧୪/୦୩ : ଚାଳଘରେ ଚାଲିଥିଲା ଦେଶୀ ବନ୍ଧୁକ କାରଖାନା । କ୍ଷୀର ବେପାରିରୁ ବନ୍ଧୁକ ବେପାରୀ ସାଜିଥିଲା ଅଭିଯୁକ୍ତ । ଖବର ପାଇ ଗୁରୁବାର କ୍ରାଇମ୍‌ବ୍ରାଞ୍ଚ ଏବଂ ଏସ୍‌ଟିଏଫ୍‌ ଟିମ୍‌ ଚଢାଉ କରିଥିଲା । ଏହି ଘଟଣାରେ ଏସ୍‌ଟିଏଫ୍‌ ଟିମ୍‌  ଘର ମାଲିକ ଶରତ ବେହେରା ଓରଫ ଶରତ  ଯାଦବ (୫୮), ବନ୍ଧୁକ ତିଆରି ପାଇଁ ଦେଶରେ  କୁଖ୍ୟାତ ବିହାର ମୁଙ୍ଗେର ଅଞ୍ଚଳର ସମଶେର  ଆଲମ୍‌(୪୬), ମହମ୍ମଦ ଆବିଦ୍‌ ହୁସେନ୍‌(୪୯)  ଓ ପଶ୍ଚିମବଙ୍ଗର ମହମ୍ମଦ ଆଜାମ୍‌(୪୫)କୁ  ଗିରଫ କରିଥିଲା । ଏମାନଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସମଶେର ଆଲମ ନାମରେ ପୂର୍ବରୁ ବାସୁଦେବପୁର ଥାନାରେ ମାମଲା ରହିଛି । ସେହିପରି ଏମଡି ଆଜାମ ନାମରେ ଏକ ହତ୍ୟା ମାମଲା ରହିଛି । ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ଏସ୍‌ଟିଏଫ୍‌ । ଏନେଇ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି ଏସ୍‌ଟିଏଫ୍‌  ଡିଆଇଜି ପିନାକ ମିଶ୍ର ।

କଟକ ବୟାଳିଶି ମୌଜାର ଧୁଳେଶ୍ୱର ଅଞ୍ଚଳରେ ଏହି ଚଢାଉ କରାଯାଇଥିଲା । ଏହି ଚଢାଉରେ ବିପୁଳ ପରିମାଣର ବନ୍ଧୁକ ଏବଂ ଅନ୍ୟାନ୍ୟ ସରଞ୍ଜାମ ଜବତ ହୋଇଛି । ଚଢାଉ ବେଳେ ୭ ଏମଏମ ପିସ୍ତଲର ବ୍ୟାରେଲ ସହିତ ୨୯ ବଡି ପାର୍ଟ, ୮୦ ବଡି ପାର୍ଟସ୍, ୧୪ ସ୍ଲାଇଡ୍, ୩୬ ଗ୍ରିପ୍, ୧୫ ବ୍ୟାରେଲ୍, ୧୪ଟି ଲୁହା ଛଡ଼, ବିଭିନ୍ନ ଯନ୍ତ୍ରାଂଶ ଥିବା ବାକ୍ସ, ୬ ଫୁଟ ଲମ୍ଵା ମୋଟର ବିଶିଷ୍ଟ ଏକ ଲିଡ୍ ମେସିନ୍, ୫ ଫୁଟ ୧୧ ଇଞ୍ଚ ମୋଟର ଥିବା ଏକ ମିଲିଙ୍ଗ ମେସିନ୍, ୪ ଫୁଟ ୪ ଇଞ୍ଚ ମୋଟର ଥିବା ଏକ ଡ୍ରିଲିଂ ମେସିନ୍, ଏକ ଗ୍ରାଇଣ୍ଡର ମେସିନ୍ ଏବଂ ଅନ୍ୟ ଉପକରଣ ଜବତ କରାଯାଇଛି। ଏସଟିଏଫ୍ ଏହି ଘଟଣାରେ ପଶ୍ଚିମବଙ୍ଗର ଏମଡି ଆଜମ, ବିହାରର ଏମଡି ଅବିଦ ହୁସେନ୍ ଏବଂ ଏମଡି ସମୀର ଆଲମ, କଟକ ବୟାଳିଶି ମୌଜାର ଶରତ ଚନ୍ଦ୍ର ଯାଦବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଏନେଇ ଅଧିକ ଛାନଭିନ୍ ଚଳାଇଛି। ଏହି ରାକେଟ୍‌ରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ କରୁଛି।

ଉଲ୍ଲେଖଯୋଗ୍ୟ ଯେ, ଧୁଳେଶ୍ୱର ଅଞ୍ଚଳରେ ଏକ ଚାଳ ଘରେ ଦେଶୀ ବନ୍ଧୁକ ତିଆରି କାରଖାନା ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଏସ୍‌ଟିଏଫ୍‌ ଏବଂ କ୍ରାଇମ୍‌ବ୍ରାଞ୍ଚ । ଖବର ପାଇ ଉକ୍ତ କାରଖାନାରେ ଉଭୟ ଟିମ୍‌ ଅତର୍କିତ ଚଢାଉ କରିଥିଲା । ରେଡ୍‌ କରିବା ବେଳେ ୪୦ରୁ ଅଧିକ ଦେଶୀ ବନ୍ଧୁକ ଜବତ କରିବା ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କଲା କ୍ରାଇମ୍‌ବ୍ରାଞ୍ଚ ଏବଂ ଏସ୍‌ଟିଏଫ୍‌ । ଏହା ସହ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ଏବଂ ଏହି ଦେଶୀ ବନ୍ଧୁକ କେଉଁ ଅଞ୍ଚଳରେ ବିକ୍ରି ହେଉଥିଲା, ସେସବୁ ଜାଣିବା ପାଇଁ ତଦନ୍ତ କରୁଛି ଏସ୍‌ଟିଏଫ୍‌ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.