ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଶୀତ ଆରମ୍ଭରୁ ନୟାନ୍ତ କଲେଣି ମଶା, କଟକରେ ମଶା ଘନତ୍ୱ ବିପଦସଙ୍କୁଳ ସ୍ତର ପାର୍‌

Published By : Swapna Ray | November 25, 2024 11:47 AM

କଟକ, ୨୫।୧୧: ବିଗତ ବର୍ଷ ତୁଳନାରେ ଏ ବର୍ଷ ଶୀତ ଆରମ୍ଭରୁ ସହରରେ ଲୋକଙ୍କୁ ନୟାନ୍ତ କଲେଣି ମଶା । ସଂଧ୍ୟା ନ ହେଉଣୁ ଘରେ ହେଉ କି ବାହାରେ ବସିବାକୁ ଦେଉନାହାନ୍ତି । ସବୁଠୁ ବଡ କଥା ହେଉଛି ଯେ, ଶୀତ ଆରମ୍ଭରୁ ଏଭଳି ସ୍ଥିତି ଥିଲାବେଳେ ଆଗକୁ ସ୍ଥିତି କ’ଣ ହେବ ତାହାକୁ ନେଇ ଆଶଙ୍କା କରିବା ମୁସ୍କିଲ ହୋଇପଡିଛି । ବିଗତ ବର୍ଷ ଭଳି ଏଥର ମଧ୍ୟ କଟକ ସହରରେ ମଶା ଘନତ୍ୱ ବିପଦସଙ୍କୁଳ ସ୍ତର ପାର୍‌ କରିବା ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ଘାରିଛି । ପୂର୍ବରୁ ବୁସ୍‌ କଟିଂ ଓ ମଶା ତେଲ ଦ୍ୱାରା ନିୟନ୍ତ୍ରଣ କରିବାରେ ଫେଲ୍‌ ମାରିବା ପରେ ଏବେ ମଶା ଧୂଆଁରେ ପୁଣି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସିଏମ୍‌ସି ପକ୍ଷରୁ ଯୋଜନା କରାଯାଉଥିବା ଜଣାପଡ଼ିଛି । 

ପ୍ରତିବର୍ଷ ଶୀତ ଆସିବା ମାତ୍ରେ ସହରରେ ମଶାଙ୍କ ଉତ୍ପାତ ଦେଖିବାକୁ ମିଳିଥାଏ । ବିଶେଷକରି ନଭେମ୍ବରରୁ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ମଶା କଲବଲ କରିଥାନ୍ତି । ଏଥିପାଇଁ ସିଏମ୍‌ସି ପକ୍ଷରୁ ପ୍ରଥମେ ବୁସ୍‌ କଟିଂ ଓ ମଶା ତେଲ ପକାଇ ମଶାଙ୍କ ଲାର୍ଭା ନଷ୍ଟ କରାଯାଇଥାଏ । ତାହାପରେ ମଶାଙ୍କ ଘନତ୍ୱ ବୃଦ୍ଧି ନିୟନ୍ତ୍ରଣ ପାଇଁ ମଶା ଧୂଆଁ ବ୍ୟବହାର ହୋଇଥାଏ । କିନ୍ତୁ, ଗତ କିଛି ବର୍ଷ ହେବ ମଶାଙ୍କ ଉତ୍ପାତ ଅସହ୍ୟ ହେବା ସହିତ ମଶା ଘନତ୍ୱ ବିପଦସଙ୍କୁଳ ଉପରେ ରହୁଛି । କିନ୍ତୁ, ଏପଟେ ମଶା ତେଲ ଓ ମଶା ଧୂଆଁ ପିଛା ଲକ୍ଷ ଲକ୍ଷ ଟଙ୍କା ସବୁ ପାଣିରେ ପଡୁଥିବା ମନେ ହେଉଛି । କାରଣ ଏସବୁ କିଛି କାଟୁ କରୁନଥିବା କର୍ପୋରେଟରମାନେ ଅଭିଯୋଗ କରିଛନ୍ତି । 

ମଶା ତେଲର ମାନ ସହିତ କିଛି ନୂଆ ଯୋଜନା କରିବାରେ ସିଏମ୍‌ସି ଫାଇଲେରିଆ ବିଭାଗ ଫେଲ୍‌ ମାରିଛି । କାରଣ ଏହି ବିଭାଗରେ ଅଭିଜ୍ଞତା ନ ଥିବା ତଥା ରାଜନୈତିକ ଲୋକଙ୍କ ସୁପାରିଶ୍‌ରେ ଲୋକଙ୍କୁ ନିଯୁକ୍ତି ଦିଆଯାଉଛି ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏମିତିକି ବୁସ୍‌ କଟିଂ ଠିକା ସଂସ୍ଥା ହାତରେ ଟେକି ଦିଆଯାଇଥିବାରୁ ଗଳିକନ୍ଦିରେ ସବୁଠି ବଣଜଙ୍ଗଲ ମାଡ଼ିଗଲାଣି । ଏସବୁ ଭିତରେ ନଭେମ୍ବର ଆରମ୍ଭରୁ ହିଁ କଟକ ସହରରେ ମଶାକୁ ନେଇ ଲୋକଙ୍କ ଚିନ୍ତା ଘାରିଛି । ଏ ନେଇ କମିସନର ଅନାମ ଚରଣ ପାତ୍ର କହିଛନ୍ତି ଯେ, ବୁସ୍‌ କଟିଂ ଅନେକ ଦିନରୁ ଚାଲିଛି । ଏହାସହ ମଶା ଧୂଆଁ ମଧ୍ୟ ସକାଳ ଓଳି ହେଉଥିଲା । ଏହାକୁ ଅଧିକ ବ୍ୟାପକ କରିବାକୁ ଯୋଜନା ହେଉଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.