ପ୍ରମୂଖ ଖବର
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

କଟକର ନୂଆ ଡିସିପି ଖିଲାରି ରିଷିକେଶ ଦ୍ୟାନ୍‌ଦେଓଙ୍କୁ ନିଯୁକ୍ତି, ଖୁବ୍‌ଶୀଘ୍ର ଗ୍ରହଣ କରିବେ ଦାୟିତ୍ୱ

Published By : Prameya | March 1, 2025 1:46 PM

କଟକ, ୦୧/୦୩: ଆଇପିଏସ୍‌  ସ୍ତରରେ ହୋଇଥିବା ଅଦଳବଦଳରେ  କଟକ ଡିସିପିଙ୍କର ବଦଳି ହୋଇଛି ।  କଟକରେ ଡିସିପି ଥିବା ଜଗମୋହନ  ମୀନାଙ୍କୁ ଭୁବନେଶ୍ୱର ବଦଳି କରାଯାଇଛି ।  ତାଙ୍କ ସ୍ଥାନରେ କଟକର ନୂଆ ଡିସିପି  ଭାବେ ଖିଲାରି ରିଷିକେଶ ଦ୍ୟାନ୍‌ଦେଓଙ୍କୁ  ନିଯୁକ୍ତି ମିଳିଛି ।

ଖିଲାରି ରିଷିକେଶ  ମେ’ ମାସ ୨୦୨୩ରୁ ସେ ବଲାଙ୍ଗୀର  ଏସ୍‌ପି ଭାବେ କାମ କରୁଛନ୍ତି । ଏହା  ପୂର୍ବରୁ ସେ ମାଓସେ ୨୦୧୬ ବ୍ୟାଚ୍‌ର  ଆଇପିଏସ୍‌ ଅଫିସର । ୨୩ ଫେବ୍ରୁଆରୀ  ୧୯୯୦ ମସିହାରେ ମହାରାଷ୍ଟ୍ରରେ ଜନ୍ମ ।  ସେ ଏବେ ଜୁନିଅର ଆଡ୍‌ମିନ୍‌ିଷ୍ଟ୍ରେଟିଭ୍‌  ଗ୍ରେଡ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌  ଭାବେ କାମ କରୁଛନ୍ତି । ସେ ତାଙ୍କ  ପ୍ରାଥମିକ ପ୍ରତିକ୍ରିୟାରେ କହିଛନ୍ତି,  କଟକ ସହର ଗୋଟିଏ ଗୁରୁତ୍ୱପୂର୍ଣ୍ଣ  ଅଞ୍ଚଳ । ଏଠାକାର ଡିସିପି ଭାବେ ଦାୟିତ୍ୱ  ମିଳିଛି । ଖୁବ୍‌ଶୀଘ୍ର କଟକ ଆସି ଚାର୍ଜ  ନେବି । ତେବେ ଆଇନଶୃଙ୍ଖଳା, ମହିଳାଙ୍କ  ସୁରକ୍ଷା ଓ ସାଇବର ଅପରାଧ ଦିଗରେ  କାମ କରିବା ପ୍ରାଥମିକତା ହେବ ବୋଲି  ଖିଲାରି ରିଷିକେଶ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.