ଝରିଗାଁ, ୧୨।୧ : ନବରଙ୍ଗପୁର ଜିଲ୍ଲା ଝରିଗାଁ ଧାନ ମଣ୍ଡିରେ କଟନୀ ଛଟନୀ ବିବାଦ ପାଇଁ ତିନି ସପ୍ତାହ ଧରି ଧାନ ଉଠି ନ ଥିଲା। ସୋମବାର କଟନୀ ଛଟନୀ ବିବାଦର ସମାଧାନ ହେବା ପରେ ଚାଷୀଙ୍କ ଧାନ ଉଠିଥିବା ଜଣାପଡିଛି।
ଗତ ତିନି ସପ୍ତାହ ଧରି ଏଫଏକ୍ୟୁ ମାନର ଧାନ ଓ କଟନୀ ଛଟନୀକୁ ନେଇ ବିବାଦ ଲାଗି ରହିଥିଲା। ଆଜି କିଛି ଜିଲ୍ଲା ସ୍ତରୀୟ ଅଧିକାରୀ,ମିଲର୍ସ ଏବଂ ଚାଷୀ ମାନଙ୍କୁ ନେଇ ଆଲୋଚନା ହୋଇଥିଲା।ଶେଷରେ ପାଞ୍ଚ କିଲୋ କଟନୀ ଛଟନୀର ସମାଧାନ ହେବା ପରେ ମଣ୍ଡିରୁ ଚାଷୀଙ୍କ ଧାନ କିଣା ଯାଇଥିବା କିଛି ଚାଷୀ କହିଛନ୍ତି।ଗତବର୍ଷ ଧାନ ମଣ୍ଡିରେ ୪ କିଲୋ କଟନୀ ଛଟନୀ ରହିଥିବା ବେଳେ ଚଳିତ ବର୍ଷ ୫ କିଲୋ କଟନୀ ଛଟନୀ ହୋଇ ଥିବା କୁହାଯାଉଛି।
ଦୁଇ ସପ୍ତାହ ମଧ୍ୟରେ ଝରିଗାଁ ଧାନ ମଣ୍ଡିରେ ପ୍ରାୟ ୧୦ ହଜାର ବସ୍ତା ଧାନ ଆରଏମସି ଗୋଦାମରେ ଗଛିତ ରହିଥିବା ବେଳେ ଆଜି ଯେଉଁ ଚାଷୀ ମାନେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନେଇ ଥିଲେ ସେମାନଙ୍କୁ ଫେରାଇ ଦେଇଥିବା ଚାଷୀ ମାନେ କହିଛନ୍ତି।