ପ୍ରମୂଖ ଖବର
  • ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ: ବସ ଚଳାଚଳ ଠପ୍, ଦୋକାନ ବଜାର ବନ୍ଦ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ, ଡାଙ୍ଗବାହାଲ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ଲଞ୍ଚା ନେବା ବେଳେ ଧରାପଡିଲେ
  • ||
  • ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ, ସନ୍ଧ୍ୟାରେ ଓ୍ବେବସାଇଟ୍‌ରେ ଉପଲବ୍ଧ ହେବ ମାର୍କ
  • ||
  • ଛତିଶଗଡ଼ର ଦୁଇଟି ଧାନ ଗାଡ଼ିକୁ ଅଟକ ରଖିଲେ ଚାଷୀ, ଓଡ଼ିଶାରେ ବିକ୍ରି ପାଇଁ ଆସିଥିବା ଅଭିଯୋଗ
  • ||
  • ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲା,୩ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଗଲା ସ୍ୱାମୀହନ୍ତ ସୋନମ୍‌
  • ||
  • ଗଞ୍ଜାମ ବ୍ଲକରେ କାଳବୈଶାଖୀ ତାଣ୍ଡବ: ରାସ୍ତାରେ ଉପୁଡ଼ି ପଡ଼ିଲା ଗଛ, ଓଲଟିଲା କଣ୍ଟେନେର, ଉଡ଼ିଲା ସୋଲାର ପ୍ୟାନେଲ୍
  • ||
  • ଶ୍ରୀମନ୍ଦିରରେ ଉଝୁଳା ହେବ ସୁନା କୂଅ, ଗଜାନନ ବେଶରେ ଶେଷ ସ୍ପର୍ଶ ଦେଉଛନ୍ତି ଦୟଣାମାଳୀ ସେବକ
  • ||
  • ଠାକୁରମୁଣ୍ଡା ପୁରୁଣାପାଣି ପୋଲ ନିକଟରେ ଦୁର୍ଘଟଣା, ବାଇକ୍ ଆରୋହୀ ମୃତ
  • ||
  • ୨୯ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟରୁ ନିକୋଲସ୍‌ ପୂରନଙ୍କ ଅବସର
  • ||
  • ଇଗ୍ନୋରେ ହେବ ଓଡ଼ିଆରେ ପାଠପଢ଼ା, ଉଚ୍ଚଶିକ୍ଷା ବିଭାଗ ସହ ଇଗ୍ନୋର ବୁଝାମଣା ପତ୍ର ସ୍ୱାକ୍ଷର
  • ||
  • ଜଳୁଛି ଲସ୍ ଏଞ୍ଜେଲ୍‌ସ, ଗାଡି ଜାଳିଲେ ବିକ୍ଷୋଭକାରୀ, ଅବୈଧ ପ୍ରବାସୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ହିଂସା
  • ||
  • ଆସାମରେ ବଡ଼ ଡ୍ରଗ୍ସ ନେଟ୍‌ୱାର୍କର ପର୍ଦ୍ଦାଫାସ୍, ୪୫ କୋଟିର ଡ୍ରଗ୍ସ ଜବତ କଲା ପୁଲିସ, ୪ ଗିରଫ
  • ||
  • ବୁଧବାରକୁ ଘୁଞ୍ଚିଲା ଆକ୍ସିଓମ୍‌-୪ ଲଞ୍ଚ୍, ଖରାପ ପାଣିପାଗ ପାଇଁ ମିଶନ୍‌ ବାତିଲ, ଇସ୍ରୋ ମୁଖ୍ୟ ଭି.ନାରାୟଣନଙ୍କ ସୂଚନା
  • ||
  • ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି; ଆଜି ଚାରମାଳ ବନ୍ଧା ସହ ସେନାପଟା ଲାଗି ନୀତି, ଅପରାହ୍ନ ୨ଟା ଯାଏ ଦର୍ଶନ ବନ୍ଦ
  • ||
  • ଓଡ଼ିଶାରେ ୧୨ରୁ ପୁଣି ସକ୍ରିୟ ହେବ ମୌସୁମୀ: ଆଜିଠୁ ବଢ଼ିପାରେ ବର୍ଷା,୧୬ ଓ ୧୭ରେ ପ୍ରବଳ ବର୍ଷା ସମ୍ଭାବନା
  • ||

କିରାନାପ୍ରୋ ଷ୍ଟାର୍ଟଅପ୍‌ ଉପରେ ବଡ଼ ସାଇବର୍‌ ହମ୍‌ଲା, ୟୁଜର୍‌ଙ୍କ ବ୍ୟାଙ୍କ୍‌ ଓ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଡିଲିଟ୍‌

Published By : Krishna Priya | June 10, 2025 8:36 AM

ନୂଆଦିଲ୍ଲୀ ୧୦/୦୬: ଭାରତୀୟ ଗ୍ରୋସରୀ ଡେଲିଭରୀ ଷ୍ଟାର୍ଟଅପ୍‌ କିରାନାପ୍ରୋ ଉପରେ ବଡ଼ ଧରଣର ସାଇବର୍‌ ହମ୍‌ଲା । ଏହା ଦ୍ୱାରା କେବଳ କମ୍ପାନିର ଆପ୍‌ ବନ୍ଦ ହୋଇଛି ତାହା ନୁହେଁ, ୟୁଜର୍‌ଙ୍କ ସମ୍ବେଦନଶୀଳ ତଥ୍ୟ ମଧ୍ୟ ସମ୍ପୂର୍ଣ୍ଣ ଡିଲିଡ୍‌ ହୋଇଯାଇଛି । କମ୍ପାନିର ପ୍ରତିଷ୍ଠାତା ଦୀପକ ରବିନ୍ଦ୍ରନ ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ହ୍ୟାକର୍‌ ସିଷ୍ଟମ୍‌ରେ ଏଣ୍ଟ୍ରି କରି ଆପ୍‌ର କୋଡ୍‌, ଗ୍ରାହକଙ୍କ ତଥ୍ୟ, ନାଁ, ଠିକଣା ଓ ଦେୟ ସହ ଜଡ଼ିତ ସୂଚନା ସମ୍ପୂର୍ଣ୍ଣ ଡିଲିଟ୍‌ କରିଦେଇଛନ୍ତି । 

ଡିସେମ୍ବର, ୨୦୨୪ରେ କିରାନାପ୍ରୋ ଲଞ୍ଚ୍‌ ହୋଇଥିଲା, ଯାହା ଏକ ଅଭିନବ ସ୍ୱର-ଆଧାରିତ ଅର୍ଡରିଂ ଆପ୍‌ । ହିନ୍ଦୀ, ତାମିଲ, ମାଲାୟାଲମ୍‌ ଓ ଇଂରାଜୀ ଭଳି ଭାଷାରେ ଅର୍ଡର୍‌ ଦେବାର ସୁବିଧା ଏହା ପ୍ରଦାନ କରୁଥିଲା । ଏହି ଆପ୍‌ ଦେଶର ୫୦ ସହରରେ ସ୍ଥାନୀୟ ସଉଦା ଦୋକାନ ଜରିଆରେ ଗ୍ରାହକଙ୍କ ସହ ଯୋଡ଼ି ହେଉଥିଲା । ପ୍ରତିଦିନ ପ୍ରାୟ ୨୦୦୦ ଅର୍ଡର୍‌ ପ୍ରୋସେସ୍‌ କରୁଥିଲା । ଆଗାମି ୧୦୦ ଦିନରେ ନେଟ୍‌ୱର୍କକୁ ଦୁଇଗୁଣ କରିବାକୁ କମ୍ପାନି ଯୋଜନା କରୁଥିଲା । କିନ୍ତୁ ଗତ ୨୬ ମେ’ରେ ହୋଇଥିବା ସାଇବର ଆଟାକ୍‌ ପୂରା ସିଷ୍ଟମ୍‌କୁ ଠପ୍‌ କରିଦେଲା ।

କମ୍ପାନିର ଟିମ୍‌ ଆମାଜନ୍‌ ୱେବ୍‌ ସର୍ଭିସେସ୍‌ ଆକାଉଣ୍ଟ୍‌ରେ ଲଗ୍‌ଇନ୍‌ କରି ନ ପାରିବାରୁ ସାଇବର ଆଟାକ୍‌ ବିଷୟରେ ଜଣାପଡ଼ିଲା । ହ୍ୟାକର୍‌ କମ୍ପାନିର ରୁଟ୍‌ ଆମାଜନ୍‌ ୱେବ୍‌ ସିର୍ଭିସେସ୍‌ ଓ ଗିଟ୍‌ହବ୍‌ ଆକାଉଣ୍ଟ୍‌କୁ ଅଧିଗ୍ରହଣ କରିଥିଲେ । ଜଣେ ପୂର୍ବତନ କର୍ମଚାରୀଙ୍କ ଲଗ୍‌ଇନ୍‌ କ୍ରେଡେନ୍‌ଶିୟାଲ୍ସ ଜରିଆରେ ଏହା କରାଯାଇଥିଲା । ସାଇବର ଆଟାକ୍‌ରେ ସମସ୍ତ ଭର୍ଚୁଆଲ ମସିନ୍‌କୁ ଡିଲିଟ୍‌ କରିଦିଆଯାଇଛି । କମ୍ପାନି ଟୁ-ଫ୍ୟାକ୍ଟର ଅଥେନ୍‌ଟିକେଶନ୍‌ର ଉପଯୋଗ କରୁଥିଲା । ଏହା ସତ୍ତେ୍ୱ ହ୍ୟାକର୍‌ ସିଷ୍ଟମ୍‌କୁ ହ୍ୟାକ୍‌ କରିଦେଲେ । କମ୍ପାନି ଏବେ ଗିଟ୍‌ହବ୍‌ ସହ ମିଶି ଠକକୁ ଖୋଜିବାକୁ ଚେଷ୍ଟା କରୁଛି ଏବଂ ଏଥିରେ ସମ୍ପୃକ୍ତ ପୂର୍ବ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି । ଏହି ବଡ଼ ଧରଣର ସାଇବର୍‌ ହମ୍‌ଲା ପରେ କମ୍ପାନିର ପରବର୍ତ୍ତୀ ପଦକ୍ଷେପ ଖୁବ୍‌ ଚାଲେଞ୍ଜିଂ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.