ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ସାଇବର କ୍ରାଇମର ପର୍ଦ୍ଦାପାସ୍ ପାଇଁ ଦାବି, ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଲା ଠକ ସଂସ୍ଥା

Published By : Prameya | December 27, 2024 10:02 PM

କାଶୀପୁର : କାଶୀପୁର ବ୍ଲକ ଟିକିରି ଅଞ୍ଚଳରେ ସାଇବର ଠକେଇର ଆତଙ୍କ। କିଛି ଲୋକ ସାଇବର ଠକେଇର ଶିକାର ହୋଇଥିବା ଜଣା ପଡ଼ିଛି। ଆପ୍‌ ମାଧ୍ୟମରେ ଟଙ୍କା ଲଗାଇବାର ଏକ ସପ୍ତାହ ପରେ ଦୁଇ ଗୁଣ ମିଳିବା ଲୋଭରେ ପଡ଼ି ଲୋକେ , ଏବେ ହୋଇଛନ୍ତି ଠକାମୀର ଶିକାର। ଏହାପରେ ଭାଗ୍ୟକୁ ଆଦରି ଚୁପ୍‌ ରହି ଥିବାର ଜଣାପଡ଼ିଛି।

ଲୋକଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ , ଏହି ଠକ ସଂସ୍ଥା ଗ୍ରାହକଙ୍କୁ ଆକୃଷ୍ଟ କରି, ସେମାନଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଛି। ଏହାପରେ ପ୍ରଥମେ ଗ୍ରାହକ ଲଗାଇ ଥିବା ଟଙ୍କାର ପ୍ରାୟ ଦୁଇଗୁଣ ରାଶି ନିର୍ଦ୍ଧାରିତ ସମୟରେ ଆକାଉଣ୍ଟ ମାଧ୍ୟମରେ ଫେରସ୍ତ କରୁଛି । ଲୋଭରେ ପଡି ମୋଟା ଅଙ୍କର ଟଙ୍କା ଲଗାଇବା ପରେ ଠକ ସଂସ୍ଥା ଆଉ ଧରାଛୁଆଁ ଦେଉ ନ ଥିବାର ଅଭିଯୋଗ ହୋଇଛି। 

ଠକାମୀର ଶିକାର ବ୍ୟକ୍ତିଙ୍କ ମଧ୍ୟରୁ ଏମ କେ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଉକ୍ତ ସଂସ୍ଥାରେ ପ୍ରଥମେ ଚାରି ହଜାର ଟଙ୍କା ଲଗାଇ ଥିବାରୁ ସପ୍ତାହେ ପରେ ତାଙ୍କୁ  ୭ ହଜାର ଟଙ୍କା ମିଳିଥିଲା। ଲୋଭର ବଶବର୍ତ୍ତୀ ହୋଇ ୧୯ ହଜାର ଟଙ୍କା ଲଗାଇବା ପରେ ପ୍ରାୟ ମାସେରୁ ଅଧିକ ଦିନ ବିତିଲାଣି , ହେଲେ ଟଙ୍କା ଆସି ନାହିଁ। ଟଙ୍କା ଡବଲ କରିବାର ଲୋଭରେ ପଡ଼ିଥିବା ବହୁ ଜଣ ଏମିତି ଶିକ୍ଷିତ ବ୍ୟକ୍ତି ମଧ୍ୟ ଏଥିରେ ଲକ୍ଷାଧିକ ଟଙ୍କା ଲଗାଇ ଥିବାର ଜଣାଯାଇଛି। ଠକ ସଂସ୍ଥାର ସାଇବର କ୍ରାଇମକୁ ପର୍ଦ୍ଦାପାସ୍ କରିବା ପାଇଁ ସର୍ବସାଧାରଣରେ ଦାବି ହୋଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.