ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ

Published By : Harapriya Sethi | January 17, 2025 9:18 AM

ଚାନ୍ଦବାଲି,୧୭/୦୧: ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗାଏବ ହେଉଛି ଟଙ୍କା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ବିଜୟ ନଗର ଗାଁରେ ଜଣଙ୍କ ଆକାଉଣ୍ଟରୁ ୮୫ ହଜାର ଗୋଲ୍ ହେବା ପରେ ସେହି ଗାଁର ଆଉ ଜଣଙ୍କ ଆକାଉଣ୍ଟରୁ ଆପେ ଆପେ କଟିଲା ୩୫ ହଜାର ଟଙ୍କା । ଏବେ କାହା ଭରସାରେ ଟଙ୍କା କେଉଁଠି ରଖିବେ, ଚିନ୍ତାରେ ଗ୍ରାହକ । ଗୋଟିଏ ପରେ ଗୋଟେ ସାଇବର ଠକେଇରେ ଶିକାର ହେଉଛନ୍ତି ଗାଁ ଗଣ୍ଡାରେ ଲୋକେ। କିଏ ଦାଦନ ଖଟି ସଞ୍ଚିତ ରଖିଥିବା ଟଙ୍କା ତ ପୁଣି ଆଉ କିଏ ମଜୁରି ଲାଗି ସାଇତି ରଖିଥିବା ଟଙ୍କାକୁ ଆକାଉଣ୍ଟରୁ ଲୁଟ୍ କରା ଯାଉଛି । ସ୍ଵାମୀଙ୍କ ପରିଶ୍ରମରେ ଶଶ୍ମିତା ନାଥଙ୍କ ଆକାଉଣ୍ଟରେ ରଖିଥିବା ଟଙ୍କା ୩୪ ହଜାର ୪୦୦ ଟଙ୍କା ଆକାଉଣ୍ଟରୁ ଗୋଲ୍ ହୋଇ ଯାଇଛି।

ସୂଚନା ମୁତାବକ, ବିଜୟ ନଗର ଗାଁର ସନାତନ ନାଥଙ୍କ ପତ୍ନୀ ଶଶ୍ମିତା ନାଥଙ୍କ ଚାନ୍ଦବାଲି ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ ୨୦୨୫ ଜାନୁଆରୀ ୬ ତାରିଖରେ ୪ ହଜାର ୪୦୦ ଟଙ୍କା କଟିଥିବା ବେଳେ ପୁଣି ୯ ତାରିଖରେ ୩୦ ହଜାର ଟଙ୍କା କୁଆଡେ ଗୋଲ୍ ହୋଇ ଥିଲା । କୋୖଣସି ଓଟିପି ନଦେଇ ଆକାଉଣ୍ଟରେ ଟଙ୍କାକୁ କିଏ ନେଉଛି ଏଥି ପାଇଁ ଚିନ୍ତାର କାରଣ ହୋଇଛି । ଚୋରି ଭୟରେ ଲୋକେ ଘରେ ଟଙ୍କା ନରଖି ବ୍ୟାଙ୍କରେ ରଖୁଥିବା ବେଳେ ଯଦି ଆପେ ଆପେ ଆକାଉଣ୍ଟରେ ଥିବା ଟଙ୍କାକୁ ହଡ଼ପ ହେଉଛି ସେଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟି ବୋଲି ଅଭିଯୋଗ କରିଛନ୍ତି ପରିବାର ସମେତ ଗ୍ରାମବାସୀ । ନ୍ୟାୟ ପାଇଁ ଥାନା ଠୁ ବ୍ୟାଙ୍କ ଏବଂ ବ୍ୟାଙ୍କ ଠୁ ଥାନା ପର୍ଯ୍ୟନ୍ତ ଗ୍ରାହକ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କିନ୍ତୁ ଟଙ୍କା ଠକେଇରେ କୋୖଣସି ପତ୍ତା ମିଳି ନାହିଁ । ଏବେ ଏହି ଗାଁରେ ଏମିତି ଗୋଟେ ପରେ ଗୋଟେ ସାଇବର ଠକେଇରେ ଶିକାର ହେଉଥିବା ବେଳେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.