ଗଡମଧୁପୁର,୨୦/୦୧: ସାଇବର ଠକେଇ ମାମଲାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଚଢାଉ । ଗତକାଲି ମଧ୍ୟରାତ୍ରିରେ ଧର୍ମଶାଳା ଥାନା ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୁଲିସ ମିଳିତ ରେଡ କରିଛନ୍ତି ।  ଆର୍ଥିକ କାରବାର ନେଇ ପୋବଳ ଗାଁର ସରୋଜ ଜେନାଙ୍କ ଘରେ ଚଢ଼ାଉ ହୋଇଛି । ନଗଦ ୧୫ଲକ୍ଷ ଟଙ୍କା ସହିତ ବିପୁଳ ପରିମାଣ ର ଗହଣା ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ।ମୁଖ୍ୟ ଅଭିଯୁକ୍ତ ସରୋଜଙ୍କ ସହ ଲିଙ୍କ ଥିବା ୩ ଜଣଙ୍କୁ କଟକ କ୍ରାଇମବ୍ରାଞ୍ଚ ଟିମ୍ ଉଠେଇ ନେଇଥିବା ସୂଚନା ମିଳିଛି । 

ସୂଚନା ମୁତାବକ, କିଛି ଦିନ ପୂର୍ବରୁ ସରୋଜ ଜେନାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ସାଇବର ଠକେଇ ଏବଂ ବ୍ଲାକ ମେଲିଙ୍ଗ ଅଭିଯୋଗରେ  କଟକର ସାଇବର ଥାନାରେ ଜଣେ ବ୍ୟକ୍ତି ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ଗତକାଲି ରାତି ପ୍ରାୟ ୧୦ ଟା ବେଳେ ସରୋଜର ଗତିବିଧିକୁ ଲକ୍ଷ୍ୟ କରି ଉଭୟ ସାଇବର ପୁଲିସ, ଧର୍ମଶାଳା ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ ଚଢ଼ାଉ କରିଥିଲେ । ହେଲେ ଏହି ସମୟରେ କୌଶଳକ୍ରମେ ମୁଖ୍ୟ ଅଭିଯୁକ୍ତ ଖସି ଯିବାର ସଫଳ ହୋଇଥିଲା। ଏହି ଚଢ଼ାଉ ରାତି ୧୦ରୁ ରାତି ପ୍ରାୟ ୧ ଟା ପର୍ଯ୍ୟନ୍ତ ହୋଇଥିଲା । ଏବେ ସରୋଜଙ୍କ ସହିତ ଲିଙ୍କରେ ଥିବା ସେହି ଗାଁର ଚନ୍ଦନ ଜେନା, ଧଡ଼ିଆ ଜେନା ଏବେ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ସନ୍ଦେହରେ ପଚରାଉଚରା ପାଇଁ ଉଠାଇ ନେଇଥିବା ଜଣାପଡିଛି। ଏହା ସହିତ ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାର , ଗୋଟିଏ ବୁଲେଟ ଓ ଗୋଟିଏ ଇଭିଏମ ସ୍କୁଟି ଜବତ ସଜିତ ତାଙ୍କର ଏକାଧିକ ବ୍ୟାଙ୍କ ପାସ୍‌ବୁକ ଜବତ ହୋଇଥିବା ଜଣାପଡିଛି । ଉକ୍ତ ପାସବୁକ ବହିରେ ପାଖାପାଖି ୯୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଥିବା. ପ୍ରାଥମିକ ସୂଚନାରୁ ଜଣାପଡିଛି।