ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଠକେଇ ପାଇଁ ସାଇବର ଠକଙ୍କ ନୂଆ ଉପାୟ

Published By : Suraj Kumar | July 12, 2025 7:14 PM

ସୋରଡା, ୧୨।୭ : ଠକେଇ ପାଇଁ ସାଇବର ଠକଙ୍କ ନୂଆ ଉପାୟ। ଲଟେରୀରେ ଭାଗ ନେବା ପାଇଁ ପ୍ରଥମେ ଲୋକମାନଙ୍କ ହ୍ବାଟସଆପକୁ ଦେଉଛନ୍ତି ମେସେଜ। ପରେ ଲଟେରୀ ଜିତିଥିବା ନେଇ ମେସେଜ ଆସିବା ସହ ବ୍ୟାଙ୍କ ଖାତା ନଂ ଓ ପେପର ଓ୍ବାକ ପାଇଁ ୟୁପିଆଇ ମାଧ୍ୟମରେ କିଛି ଟଙ୍କା ଦେବାକୁ ମେସେଜ ଆସୁଛି। ଏହା ସାଇବର ଠକଙ୍କ କାମ ବୋଲି ସନ୍ଦେହ କରାଯାଉଛି। ସୋରଡା ଅଞ୍ଚଳରେ ଏହା ଦେଖିବାକୁ ମିଳିଛି। 

ସାଇବର ଠକମାନେ ଏଣିକି ନୂତନ ଧରଣର ଠକେଇ ଉପାୟ ଅବଲମ୍ବନ କରିବା ସୋରଡାରେ  ଆରମ୍ଭ କରିଛନ୍ତି I ଏଠାକାର  ଲୋକଙ୍କ ମୋବାଇଲଙ୍କୁ ହ୍ବାଟ୍ସଆପରେ ଦୈନିକ ଲଟେରୀ ଉଠାଣ ପାଇଁ ସକାଳୁ ସକାଳୁ ମେସେଜ ଆସୁଛି ।  କେରଳ ଲଟେରୀ ଟିକେଟ କିଣନ୍ତୁ ମାତ୍ର ୫୦ ଟଙ୍କାରେ I ୧୦୦ ଟି ଅଲଗା ଅଲଗା ନମ୍ବର ଲେଖା ଥିବା ଗୋଟେ ପେପର ସିଟ ଆସୁଛି I ସେଥିରୁ ଗୋଟିଏ ନମ୍ବର ବାଛି ପଠେଇବାକୁ କୁହାଯାଉଛି I ୟୁପିଆଇରେ ୫୦ ଟଙ୍କା ପଠାନ୍ତୁ I ଲଟେରୀ ଅପରାହ୍ନ ୩ ଟାରେ ଉଠାଣ ହେବ ବୋଲି ସୂଚନା ଆସୁଛି I 

ପୁଣି ଅପରାହ୍ନ ୩ ଟାରେ ବିଜେତା ଲିଷ୍ଟ ଆସୁଛି ଓ ସେଥିରେ ୫ ଲକ୍ଷ ଜିତିଥିବା ସୂଚନା ଆସୁଛି I ତା’ପରେ ଅସଲି ଖେଳ ଆରମ୍ଭ ହେଉଛି I ଆପଣ ବ୍ୟାଙ୍କ ନମ୍ବର ପଠାନ୍ତୁ, ପେପର ୱାର୍କ ପାଇଁ ୟୁପିଆଇରେ ୨୯୦୦ ଟଙ୍କା ପଠାନ୍ତୁ। ୨ ମିନଟରେ ଟଙ୍କା ପହଞ୍ଚିଯିବ ବୋଲି କୁହାଯାଉଛି I ତେବେ ଏହା ସମ୍ପୂର୍ଣ୍ଣ ସାଇବର ଠକଙ୍କ କାମ  ବୋଲି ସନ୍ଦେହ କରାଯାଉଛି l ଜନସାଧାରଣ ସାଇବର ଠକେଇକୁ ନେଇ ଏଣିକି ସାବଧାନ ଅବଲମ୍ବନ କରୁଥିବାରୁ  ଠକ ମାନେ ଏପରି ଏକ ନୂତନ ଉପାୟ ଆରମ୍ଭ କରିଥିବା ସନ୍ଦେହ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.