ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାତ୍ୟା ପାଇଁ ହୋର୍ଡିଂ କାଳ! ଦୁର୍ଗା ପୂଜା ତୋରଣ ଖୋଲିନି, ଲକ୍ଷ୍ମୀପୂଜାର ବନ୍ଧା ହୋଇଛି

Published By : Prameya | October 22, 2024 9:51 AM

ଭୁବନେଶ୍ୱର,୨୨/୧୦:  ରାସ୍ତାରେ ହୋର୍ଡିଂ ଝୁଲୁଛି । ନେତାଙ୍କ  ମାଳମାଳ ହାତଯୋଡା ହୋର୍ଡିଂ ଗଦା  ହୋଇଛି । ଦୁର୍ଗାପୂଜା ସପ୍ତାହେ ହେଲା ଗଲାଣି । ଏବେ ବି ଏକାଧିକ ସ୍ଥାନରେ  ତୋରଣ ଖୋଲା ହୋଇନି । ମୁଣ୍ଡ  ଉପରେ ବାତ୍ୟା । ଦଲକାଏ ପବନ ହେଲେ ଜୀବନ ଯିବା ଥୟ। 

ବଙ୍ଗୋପସାଗରେ ସୃଷ୍ଟି ଘୁର୍ଣ୍ଣିବଳୟ  ବାତ୍ୟାର ରୂପ ନେବ । ପବନର ବେଗ  ଘଣ୍ଟା ପ୍ରତି ପାଖାପାଖି ୧୦୦ରୁ ୧୨୦ କିମି  ରହିବ । ପ୍ରଭାବ ରାଜଧାନୀରେ ମଧ୍ୟ ପଡିବ । ହେଲେ ସହର ପାଇଁ ସବୁଠୁ ବଡ ବିପଦ  ହୋଇ ଉଭା ହୋଇଛି ବେଆଇନ ହୋର୍ଡିଂ ।  

ଦୁର୍ଗା ପୂଜା ପାଇଁ ଭୁବନେଶ୍ୱରରେ ସବୁ ପ୍ରମୁଖ ପୂଜା ମଣ୍ଡପରେ ବିରାଟ  ତୋରଣ ନିର୍ମାଣ ହୋଇଥିଲା ।  ସେଥିମଧ୍ୟରୁ ଏକାଧିକ ତୋରଣ ବର୍ତ୍ତମାନ ସୁଦ୍ଧା ଖୋଲା ସରିନି । ଯଦି  ତୁରନ୍ତ ଏସବୁ ତୋରଣ ଖୋଲା ନ  ଯାଏ ତାହାଲେ ବିପଦକୁ ଏଡାଇ  ଦେଇ ହେବନି । ନିକଟରେ କଟକ  ଖାନନଗରରେ ପବନରେ ତୋରଣ  ରାସ୍ତାରେ ଭୁସୁଡ଼ି ପଡିଥିଲା ।  ଭୁବନେଶ୍ୱରରେ ମଧ୍ୟ ସମାନ ପରିସ୍ଥିତି  ଉପୁଜିବା ଆଶଙ୍କା ସୃଷ୍ଟି ହୋଇଛି ।  

ବର୍ତ୍ତମାନ ଗଜଲକ୍ଷ୍ମୀ ପୂଜା  ଚାଲିଛି । ସେଥିପାଇଁ ବିଭିନ୍ନ ପୂଜା  ମଣ୍ଡପରେ ତୋରଣ, ଲାଇଟ୍‌ ଗେଟ୍‌  ବନ୍ଧା ହୋଇଛି । ବିଭିନ୍ନ ସାମାଜିକ ସଙ୍ଗଠନ, ରାଜନୈତିକ ଦଳ ପକ୍ଷରୁ  ନେତାମାନେ ହୋର୍ଡିଂ ମାରି ପୂଜା  ଶୁଭେଚ୍ଛା ଜଣାଇଛନ୍ତି । 

ବାତ୍ୟାବେଳେ  ଏସବୁ ହୋର୍ଡିଂ ବି କାଳ ସାଜି ପାରେ ।  ହୋର୍ଡିଂ ହଟାଇବାକୁ ବିଏମ୍‌ସି  ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ରହିଛି । ହେଲେ ଆଜି  ସୁଦ୍ଧା ଏକାଧିକ ସ୍ଥାନରେ ହୋର୍ଡିଂ ହଟି  ନଥିବାବେଳେ ବିଏମ୍‌ସିର ଜଣେ ବରିଷ୍ଠ  ଅଧିକାରୀ କହିଛନ୍ତି ଯେ, ଟିମକୁ ତୁରନ୍ତ  ହୋଡିଂ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.