ଚେନ୍ନାଇ,୩୦/୧୧: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫେଙ୍ଗଲ ଆଜି (ଶନିବାର) ସ୍ଥଳଭାଗ ଛୁଇଁପାରେ । ତାମିଲନାଡୁ ଓ ପୁଡୁଚେରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ ଫେଙ୍ଗଲ । ଏହାର ପ୍ରଭାବରେ କୋହଲା ପାଗ ସହ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତାମିଲନାଡୁରେ ବର୍ଷାର ପରିମାଣ ଧିରେ ଧିରେ ବଢୁଛି । ଆଗାମୀ ୨ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଘଣ୍ଟାପ୍ରତି ୭କିମି ବେଗରେ ଉପକୂଳମୁହାଁ ହେଉଛି ଫେଙ୍ଗଲ । ଚେନ୍ନାଇଠାରୁ ୧୯୦ କିମି ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଆଜି ସଂନ୍ଧ୍ୟାରେ ବାତ୍ୟା ଫେଙ୍ଗଲ ଲ୍ୟାଣ୍ଡଫଲ କରିପାରେ । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୯୦କିମି ରହିବ । ବାତ୍ୟା ପ୍ରଭାବରେ ତାମିଲନାଡୁର ଉପକୂଳ ଅଞ୍ଚଳରେ ପାରଗରେ ପରିବର୍ତ୍ତନ ହୋଇଛି । ବର୍ଷାର ପରିମାଣ ଧିରେ ଧିରେ ବଢୁଛି । ପବନର ବେଗ ମଧ୍ୟ ବଢୁଛି । ତାମିଲନାଡୁ ଓ ପୁଡୁଚେରୀକୁ ପ୍ରବଳ ବର୍ଷା ହେବା ନେଇ ରେଡ ଆଲର୍ଟ ଜାରି ହୋଇଛି ।
ବାତ୍ୟା ପେଙ୍ଗଲ ଶକ୍ତିଶାଳୀ ହେବ ନାହିଁ । ଅତୀ ଭୀଷଣ ବାତ୍ୟାର ରୂପ ନେବ ନାହିଁ । ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଉପକୂଳ ତାମିଲନାଡୁରେ ୩ ଦିନ ପୂର୍ବରୁ ପ୍ରଭାବ ଦେଖିବାକୁ ମିଳିଛି । ନାଗପାଟିନମ ଓ ଅନ୍ୟ ଅଞ୍ଚଳରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି । ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।
ଆଇଏମଡି ସାଇକ୍ଲୋନିକ ମୁଖ୍ୟ ଅନନ୍ଦ ଦାସ କହିଛନ୍ତି, ବର୍ଷାର ପରିମାଣ ବଢିବା ନେଇ ତାମିଲନାଡୁର ବିଭିନ୍ନ ଅଞ୍ଚଳକୁ ରେଡ ଆଲର୍ଟ ଜାରି ହୋଇଛି । ଉତ୍ତର ଆନ୍ଧ୍ରପ୍ରଦେଶ, କେରଣ କର୍ଣ୍ଣାଟକର କିଛି ଅଞ୍ଚଳକୁ ମଧ୍ୟ ଆଲର୍ଟ ଜାରି ହୋଇଛି । ବିଶେଷ କରି ପୁଡୁଚେରୀର ଉପକୂଳ ଜିଲ୍ଲା କାରାଇକାଲ ଏବଂ ମହାହାଲିପୁରମରେ ଅଧିକ ପ୍ରଭାବିତ ହେବ । ପବନର ବେଗ ୭୦କିମି ରହିବ । ବାତ୍ୟା ନେଇ ତାମିଲନାଡୁ ଓ କାଞ୍ଚିପୁରମର ବିଭିନ୍ନ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ରହିଛି ।