ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଦନେକବାଡ଼ି-ସିର୍କାବର୍ଗ ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ଦାବୀ

Published By : Suraj Kumar | February 13, 2025 7:48 PM

ଦାରିଙ୍ଗବାଡି,୧୩/୨(ଆପ୍ର): ଲୋକଙ୍କ ସୁରକ୍ଷା ପାଇଁ ସରକାର ସଡ଼କ ସୁରକ୍ଷା ଆଇନ ମାଧ୍ୟମରେ ଆଇନ ଉଲ୍ଲଂଘନକାରିଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରୁଛନ୍ତି । ଅନ୍ୟ ପଟେ ରାସ୍ତା ଖାଲ ଖମା ଥିବା ଯୋଗୁଁ  ରାସ୍ତାରେ ଦୁର୍ଘଟଣା ହୋଇ ଅନେକ ଲୋକ ଗୁରୁତର ଆହତ ହେଉଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟି ଆଗରେ ରଖି ରାସ୍ତାର ମରାମତି କରୁ ନାହିଁ ପ୍ରଶାସନ । ବର୍ଷ ବର୍ଷ ଧରି ରାସ୍ତା ମରାମତି ନହୋଇ ପଡ଼ି ରହୁଛି । ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି ହୋଇ ରହିଥିବା ବେଳେ ମେଟାଲ ବାହାରି ରହିଛି ।   ଦନେକବାଡ଼ି-ସିର୍କାବର୍ଗ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଏଭଳି ହୋଇଛି। ମରାମତି ଅଭାବରୁ  ଏହା  ଶୋଚନୀୟ ହୋଇପଡିଛି। 

ଏହି ରାସ୍ତା ଉପରେ ସିର୍କାବର୍ଗ ପଞ୍ଚାୟତ ସମେତ କୋଟଗୋଡ଼ ବ୍ଲକର ଅନେକ ପଞ୍ଚାୟତ ନିର୍ଭର କରିଥାନ୍ତି।  ୩ ବର୍ଷ ହେବ ରାସ୍ତା ଅବସ୍ଥା ଠିକ୍ ନାହିଁ । ଫଳରେ ଯାତାୟାତ ସମୟରେ ଅନେକ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି । ଉକ୍ତ ରାସ୍ତାର ରକ୍ଷଣାବେକ୍ଷଣା ପାଇଁ ଅନୁଦାନ ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା ଖର୍ଚ୍ଚ ହୋଇ ପାରୁନଥିବା ବେଳେ ଠିକାଦାର ଜଣଙ୍କ ମନମାନି କରୁଛନ୍ତି । ଉକ୍ତ ରାସ୍ତାର ମରାମତି ନିମନ୍ତେ ସିର୍କାବର୍ଗ ସରପଞ୍ଚ ଚିରଞ୍ଜିବୀ ପ୍ରଧାନ ଓ ସମିତି ସଭ୍ୟ ଶ୍ୟାମଘନ ପ୍ରଧାନ ୮ ରୁ ୧୦ ଥର ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ ଅଭିଯୋଗ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରେ ଅନଲାଇନ ମାଧ୍ୟମରେ ଏକାଧିକ ଥର ମଧ୍ୟ ଅଭିଯୋଗ  କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା କାମ ହୋଇ ପାରୁ ନଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତ ଟେକି ଦେଇଛି । ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଉ ନଥିବା ବେଳେ ପ୍ରତ୍ୟେକ ଦିନ ଉକ୍ତ ରାସ୍ତାରେ ଦୁର୍ଘଟଣା ଘଟି ଲୋକେ ଆହତ ହେଉଛନ୍ତି । ଏଣୁ ଏଥି ପ୍ରତି ଦୃଷ୍ଟି ଦିଆ ଯାଇ ରାସ୍ତା ଶୀଘ୍ର ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.