ରାଉରକେଲା,୧୮/୧୨: ରାଉରକେଲା ପୁଲିସ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀ ଗଣେଶର ଆତ୍ମସମର୍ପଣ। ଡିଆଇଜି ବ୍ରିଜେଶ ରାୟ ଏବଂ ଏସପି ନିତେଶ ୱାଧୱାନିଙ୍କ ସମ୍ମୁଖରେ ଗଣେଶ ଆତ୍ମସମର୍ପଣ କରିଛି। ଯାହାପରେ ସରଣ୍ଡାରେ ସକ୍ରିୟ ଥିବା ମାଓ ସଂଗଠନକୁ ଶକ୍ତ ଝଟକା ଲାଗିଛି।
ଝାଡ଼ଖଣ୍ଡ, ଓଡ଼ିଶା ଓ ବିହାର ରାଜ୍ୟ ପୁଲିସର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ଦୁର୍ଦ୍ଦାନ୍ତ ମାଓବାଦୀ ମେଚ୍ଛୁ ୨୦୨୨ ମସିହାରେ ଗଣେଶକୁ ମାଓବାଦୀ ସଂଗଠନରେ ସାମିଲ କରିଥିଲା। ସରଣ୍ଡାରେ ଅପରେସନରେ ସାମିଲ ଥିବା ଯବାନମାନଙ୍କୁ ଟାର୍ଗେଟ କରି ଆଇଇଡି କରାଇବା ଠାରୁ ଆରମ୍ଭ କରି ବାଙ୍କୋ ପଥର ଖାଦାନ ନିକଟରୁ ବିସ୍ଫୋରକ ଲୁଟ ଘଟଣାରେ ଗଣେଶ ସାମିଲ ଥିବା ଡିଆଇଜି ସୂଚନା ଦେଇଛନ୍ତି। ଗଣେଶ ନାମରେ ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ବହୁ ମାମଲା ରହିଛି। ଗଣେଶ ଆତ୍ମସମର୍ପଣ କରିବା ପରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଏସପି କହିଛନ୍ତି।