ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବରଗଡ଼ରେ ପୁଣି ଲଜ୍ଜ୍ୟା: ଝିଅକୁ ଦୁଷ୍କର୍ମ ଅଭିଯୋଗ, ବାପାକୁ ବାନ୍ଧିଲା ପୁଲିସ

Published By : Prameya | January 25, 2025 9:20 AM

ବରଗଡ଼/ଅତାବିରା, ୨୫/୦୧: ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୁଲିସ କନ୍ୟା ସନ୍ତାନ  ଦିବସ, ବେଟି ପଢ଼ାଓ ବେଟି ବଚାଓ ଦିବସ ପାଳନ କରୁଥିବା ବେଳେ ଗୋଟେ ପରେ ଗୋଟେ ହୋଇ ଘଟିଚାଲିଥିବା ଅଘଟଣ ପାଇଁ ଜିଲ୍ଲାକୁ ଲଜ୍ଜିତ ହେବାକୁ ପଡ଼ୁଛି । ୧୪ ଦିନ ତଳର ଯୁବତୀ ନିଖୋଜ ଓ ରକ୍ତାକ୍ତ ଭାବେ ଉଦ୍ଧାର ଘଟଣା ଏବଂ ୪ ଦିନ  ତଳର ଝରାପାଲି ନାବାଳିକା ନିଖୋଜ ଘଟଣା ମାନସ ପଟଳରୁ ନଲିଭୁଣୁ ଜଣେ ପିତା  ନିଜ ଜନ୍ମକଲା ଝିଅକୁ ପାଶବିକ ଅତ୍ୟାଚାର କରିବା ଭଳି ଅତିଶୟ ଲଜ୍ଜାଜନକ ଓ  ଅଭାବନୀୟ ଘଟଣା ସଂସ୍କୃତି ସମ୍ପନ୍ନ, ଐତିହ୍ୟ ସମ୍ପନ୍ନ ବରଗଡ଼ ଜିଲ୍ଲାର ମଥାନତ କରିଦେଇଛି । ବରଗଡ଼ ଜିଲ୍ଲା  ଅତାବିରା ଥାନା ଅନ୍ତର୍ଗତ କୁଲୁଣ୍ଡା ପଂଚାୟତରେ ଘଟଣାଟି  ଘଟିଯାଇଛି । ୩୬ ବର୍ଷିୟ ବାପା ନିଜ ନିଜ ଜନ୍ମ କଲା ୧୨  ବର୍ଷିୟା ଝିଅକୁ ଦୁଷ୍କର୍ମ କରିବା ଭଳି ନିନ୍ଦନୀୟ ଘଟଣା ସଭ୍ୟ ମାନବ ସମାଜର ସମସ୍ତ ସୀମା ଉଲ୍ଲଂଘନ କରିଯାଇଛି।

ପ୍ରାପ୍ତ ସୂଚନା ମତେ, କୌଣସି କାରଣକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ଲାଗି ରହିଥିଲା। ଏଥିପାଇଁ କିଛିଦିନ ହେଲା ସ୍ତ୍ରୀ ସମ୍ବଲପୁରରେ ନିଜ  ମା' ଘରେ ଆଶ୍ରୟ ନେଇଆସୁଛନ୍ତି । ଏପଟେ ଅତାବିରା ଘରେ ୧୨ ବର୍ଷିୟା ଝିଅ ଓ  ୧୦ ବର୍ଷର ପୁଅକୁ ନେଇ ସ୍ୱାମୀ ରହୁଥିଲେ । ସ୍ତ୍ରୀ ମଝିରେ ମଝିରେ ଅତାବିରା ଆସି  ଝିଅ ପୁଅ ପାଖକୁ ଯାଇ ଦେଖାଦେଖି କରି ଫେରିଆସୁଥିଲେ ମଧ୍ୟ ସ୍ୱାମୀଙ୍କ ସହିତ  କଥାବାର୍ତ୍ତା କରୁନଥିଲେ । ପତ୍ନୀ ନଥିବାର ସୁଯୋଗ ନେଇ ଗତ ବୁଧବାର ରାତିରେ  ବାପ ନିଜ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଗୁରୁବାର ସକାଳେ ଝିଅ ନିଜ ମା'କୁ ଫୋନରେ ସବୁ କଥା କହିବା ପରେ ସ୍ତ୍ରୀ ଗାଁକୁ ଆସି ଝିଅ  ସହିତ ଟିଖିନିଖି ଆଲୋଚନା କରିବା ପରେ ଅତାବିରା ଥାନାରେ ଲିଖିତ ଅଭିଯୋଗ  କରିଥିଲେ । ଅତାବିରା ପୁଲିସ ଏନେଇ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ  ଗିରଫ କରିଥିବା ସହ ଅଭିଯୁକ୍ତ ଓ ପୀଡ଼ିତାଙ୍କ ଡ଼ାକ୍ତରିମାଇନା କରାଇଥିବା ଜଣାପଡ଼ିଛି  ା ବାପ-ଝିଅ ଭଳି ପବିତ୍ର ସଂପର୍କରେ କଳା ଦାଗ ଆଙ୍କି ଦେଇଥିବା ପିତାର କୁକର୍ମକୁ  ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଖେଳିଯାଇଛି । ଏଭଳି ପିତାଙ୍କୁ ଫାଶୀ ଦିଆଯାଉ  ବୋଲି ସଚେତନ ମହଲର ଦାବି ଏବେ ସରକାରଙ୍କ ପାଇଁ ଆହ୍ୱାନ ପାଲଟିଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.