କାମାକ୍ଷାନଗର, ୧୯/୦୫ : ପାରିବାରିକ କଳହର ଉଗ୍ର ରୂପ। ୮୦ ବର୍ଷୀୟ ଶ୍ଵଶୁରଙ୍କ ଉପରକୁ ଗରମ ପାଣି ଓ ତେଲ ଛାଟିଦେଲା ବୋହୂ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ନାଉପାଳ କାଟେଣୀ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବୃଦ୍ଧଙ୍କର ଶରୀରର ୫୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି। ବୋହୂକୁ ଅଟକ ରଖି ପରଜଙ୍ଗ ପୁଲିସ ତଦନ୍ତ କରୁଛି।

ସୂଚନାନୁଯାୟୀ, ସୋମବାର ରାତିରେ ପରଜଙ୍ଗ ଥାନା ନାଉପାଳ କାଟେଣୀ ଗାଁର ଶ୍ରୀକାନ୍ତ ଭୂତିଆ ଏବଂ ତାଙ୍କ ବୋହୂଙ୍କ ମଧ୍ୟରେ କୌଣସି କାରଣରୁ କଳହ ଲାଗିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶ୍ରୀକାନ୍ତଙ୍କ ବୋହୂ ସୀମା ଟପି ଯାଇଥିଲେ। ଶ୍ଵଶୁରଙ୍କ ଉପରକୁ ଗରମ ତେଲ ଓ ପାଣି ଛାଟି ଦେଇଥିଲେ। ଫଳରେ ଶ୍ରୀକାନ୍ତଙ୍କ ଶରୀରର ୫୦ ପ୍ରତିଶତ ଅଂଶ ପୋଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବୃଦ୍ଧଙ୍କ ପୁଅ ମରିଯିବା ପରେ ବୋହୂ ଏଭଳି ଅକଥନୀୟ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୁଲିସ ପହଞ୍ଚି ଅଭିଯୁକ୍ତ ବୋହୂକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ଏହି ଖବରଟିକୁ ପଢନ୍ତୁ-ଭାଉଜ ମରିଗଲାରୁ ପୁତୁରାକୁ ପୁଅ କରିଆଣିଥିଲେ, କୋଳେଇ କାଖେଇ ବଡ଼ କଲେ, ଏବେ ସମ୍ପତ୍ତି ଲୋଭରେ ବୃଦ୍ଧ ବାପା-ମା’ଙ୍କୁ ପିଟୁଛି ପୁଅ