ବଳଙ୍ଗା,୧୯/୦୫ : ବାପାଙ୍କ ନାମରେ ଥିବା ସମ୍ପତ୍ତିକୁ ନିଜ ନାମରେ କରିବାରେ ବିଫଳ ହେବାରୁ ପୁଲିସ ପୁଅର ଅକଥନୀୟ ନିର୍ଯାତନା। ବଳଙ୍ଗା ଥାନା ଅନ୍ତର୍ଗତ ଘୁଷୁରୀ ଖାଲ ଗ୍ରାମରେ ପୁଲିସ ବିଭାଗରେ ଚାକିରି କରିଥିବା ଜଣେ ଯୁବକ ବୃଦ୍ଧ ବାପା, ମା’ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।

ଘୁଷୁରୀ ଖାଲ ଗ୍ରାମର ସର୍ବେଶ୍ୱର ମହାରଣାଙ୍କ ପତ୍ନୀ ଶାନ୍ତିଲତା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ଶାନ୍ତିଲତାଙ୍କର ୩ ଝିଅ ଓ ଗୋଟିଏ ପୁଅ ହରିଚନ୍ଦନ ମହାରଣା । ହରିଚନ୍ଦନ କଳାହାଣ୍ଡି ଜିଲ୍ଲାରେ କନେଷ୍ଟବଳ ଚାକିରି କରିଛନ୍ତି । ହରିଚନ୍ଦନ ଶାନ୍ତିଲତାଙ୍କ ଭାଇଙ୍କ ପୁଅ। ଜନ୍ମ ସମୟରେ ଭାଉଜଙ୍କ ମୃତ୍ୟୁ ହେବାରୁ ଶାନ୍ତିଲତା ତାଙ୍କୁ ପୁଅକରି ନିଜ ପାଖରେ ରଖି ବିବାହ ସାରିଛନ୍ତି । ପୁଅ ଅନେକ ସମୟରେ ଡ୍ୟୁଟିକୁ ନ ଯାଇ ମଦ୍ୟପାନ କରି ଶାନ୍ତିଲତା ଓ ସର୍ବେଶ୍ୱରଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ମାଡ଼ ମାରି ଆସୁଛନ୍ତି ।

ଗତ କିଛିଦିନ ତଳେ ଶାନ୍ତିଲତାଙ୍କ ଦିଅରଙ୍କ ମୃତ୍ୟୁ ହୋଇଥିଲା ବେଳେ ପରିବାର ପକ୍ଷରୁ ଦଶାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହି ଦଶାହ କାର୍ଯ୍ୟରେ ହରିଚନ୍ଦନ ୫୦ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ସେ ବାବଦରେ ସର୍ବେଶ୍ୱରଙ୍କ ନାମରେ ଥିବା ସମ୍ପତ୍ତିବାଡ଼ିକୁ ନିଜ ନାମରେ କରିବା ପାଇଁ କହିଥିଲେ । ସର୍ବେଶ୍ୱର ଓ ଶାନ୍ତିଲତା ମନା କରିବାରୁ ହରିଚନ୍ଦନ ସେମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ଶାନ୍ତିଲତାଙ୍କୁ ମାଡ଼ ମାରିଥିଲେ । ଥାନାକୁ ଗଲେ ଉଭୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯାଗରେ ଦର୍ଶାଯାଇଛି । ଏନେଇ ବଳଙ୍ଗା ଥାନା ଆଇଆଇସି ସସ୍ମିତା ସାହୁଙ୍କୁ ପଚାରିବାରେ ଋଣ ଟଙ୍କା ପାଇଁ ପରିବାର ମଧ୍ୟରେ ଏଭଳି ବିବାଦ ହୋଇଛି । ଉଭୟ ପକ୍ଷଙ୍କୁ ଥାନାକୁ ଡକାଯାଇଛି । ଉଭୟ ପକ୍ଷ ଆସିଲା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁInspiring women story : ମାଟ୍ରିକ ପାସ୍ କଲେ ୨ ଗୃହିଣୀ, ଆଗକୁ ପଢ଼ିବେ ଯୁକ୍ତ-୨, ଶିଖିବେ କମ୍ପ୍ୟୁଟର...