ଭୁବନେଶ୍ବର: ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ବିବାଦରେ ଘେରରେ ଥିବାବରିଷ୍ଠIPSଦୟାଲଗଙ୍ଗୱାର ନିଲମ୍ବିତ । ନିଲମ୍ବନନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ସୌମ୍ୟଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ସୌମ୍ୟଙ୍କୁ ବାପା ଏବଂ ମାଆ । ଏହି ବିବାଦ ପରେ ଗୃହ ବିଭାଗ OSD ଭାବେ ବଦଳି ହୋଇଥିଲେ । ଏବେ ତାଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ବାଲିଅନ୍ତାର ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦୟାଲ ଗଙ୍ଗୱାରଙ୍କ ନାଁକୁ ନେଇ ପ୍ରବଳ ବିବାଦ ଦେଖାଦେଇଥିଲା। ସୌମ୍ୟଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ତାଙ୍କ ବାପା ଓ ମାଆ ସିଧାସଳଖ ଅଭିଯୋଗ ଆଣିଥିଲେ। ସୌମ୍ୟଙ୍କୁ ବ୍ୟକ୍ତିଗତ କାମରେ ଲଗାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଏହାସହ ସୌମ୍ୟଙ୍କ ହତ୍ୟା ଘଟଣାରେ ଗଙ୍ଗୱାରଙ୍କ ସଂପୃକ୍ତିକୁ ନେଇ ମୃତ ସୌମ୍ୟଙ୍କ ମାଆ ଅଭିଯୋଗ କରିଥିଲେ । ଆଉ ଏବେ ଏହି ଘଟଣାରେ ରାଜ୍ୟ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି।