​​​​​​​ମାଲକାନଗିରି,୪।୧୦(ଆପ୍ର): ସିଲେରୁ ନଦୀରେ ମାଛ ଧରୁଥିବା ବେଳେ ବୁଡ଼ିଯାଇ ନିଖୋଜ ହୋଇଥିବା ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି ।  ମୃତକ ଜଣକ ହେଲେ ଚିତ୍ରକୋଣ୍ଡା ଥାନା ଦୋରାଗୁଡା ପଞ୍ଚାୟତ ଅନ୍ତର୍ଗତ ସିଲେଇପୁଟ ଗ୍ରାମସନୁ କିର୍ଷାନି

ଚିତ୍ରକୋଣ୍ଡା ଥାନା ଦୋରାଗୁଡା ପଞ୍ଚାୟତ ଅନ୍ତର୍ଗତ ସିଲେଇପୁଟ ଗ୍ରାମସନୁ କିର୍ଷାନି ଶୁକ୍ରବାର  ସନ୍ଧ୍ୟାରେ ସିଲେରୁ ନଦୀ ପାଖରେ ଥିବା ଜମିକୁ ଚାଷ ଦେଖିବା ପାଇଁ ଯାଇଥିଲେ। ସେଠାରୁ ସେ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ। ନିଖୋଜ ଖବର ପାଇବା ପରେ ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ନଦୀରେ ଖୋଜିବା ଆରମ୍ଭ କରିଥିଲେ। ନଦୀରୁ ସନୁ କିର୍ଷାନିଙ୍କ ମୃତଦେହ ଉଦ୍ଧାର କରିଥିଲେ।  ମୃତଦେହ ବ୍ୟବଛେଦ ପରେ ପରିବାର ଲୋକକୁ ହସ୍ତାନ୍ତର କରିଛି ଚିତ୍ରକୋଣ୍ଡା ପୋଲିସ।