ଭୁବନେଶ୍ବର,୦୯/୦୨:  ପାରିବାରିକ କଳହର କରୁଣ ପରିଣତି।  ବଲାଙ୍ଗୀରରୁ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା  ମୃତଦେହ ଉଦ୍ଧାର। ଚାଷ ଜମିରୁ ଉଦ୍ଧାର ହୋଇଛି ଉଭୟଙ୍କ ମୃତଦେହ।   ବଲାଙ୍ଗୀର ସଇଁତଲା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା ।  

ତେବେ ଉଭୟ  ସ୍ୱାମୀ-ସ୍ତ୍ରୀ  ଗତ ଦୁଇମାସ ତଳେ ବିବାହ କରିଥିଲେ ।   ହେଲେ ଗତକାଲି ରାତିରେ ଉଭୟଙ୍କ ମଧ୍ୟର ହୋଇଥିଲା ଝଗଡା। ଏନେଇ ଏହି ଘଟଣାର ଖବର ପାଇ ସଇଁନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଆତ୍ମହତ୍ୟାର କାରଣ ପାରିବାରିକ କଳହ ନା ରହିଛି ଅନ୍ୟ କୌଣସି କାରଣ ତାହା ଅସ୍ପଷ୍ଟ ହୋଇନି ।