ବଡ଼ମାଳ, ୨୯।୪ : ଟୂଟାମୁଣ୍ଡା ନିକଟ ଜଳଭଣ୍ଡାରରୁ ଜଣେ ଯୁବକର ମୃତଦେହ ଚାରମାଳପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ହେଲେ ରେଢ଼ାଖୋଲ ବ୍ଲକ ସତ୍ୟାନନ୍ଦ ପାଲି ର ରାମକୁମାର ଖଡିଆ ଙ୍କ ପୁଅ ଆକାଶ(୨୨)। ଦୁଇଦିନ ତଳେ ସେ ନିଖୋଜ ଥିଲେ।
ଆକାଶ ଆଜକୁ ଦଶଦିନ ହେବ ରେଙ୍ଗାଲି ପଞ୍ଚାୟତ ଟୂଟାମୁଣ୍ଡା କୁ ବାପା ମା ସହ ବନ୍ଧେଇ ଶ୍ରମିକ ଭାବେ କେନ୍ଦୁପତ୍ର ବାନ୍ଧିବାକୁ ଯାଇଥିଲା। ଗ ୨୭ ତାରିଖ ରେ ବାପା ମା ସହ ଠେଙ୍ଗୋ ଡ୍ୟାମ ଜଳଭଣ୍ଡାର କୁ ମାଛ ମାରିବାକୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲା। ଗୁରୁବାର ସକାଳୁ ଜଳ ଭଣ୍ଡାରରେ ଶବ ଭାସୁଥୁବା ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଛି।